fbpx

High Wayରେ କାହିଁକି ଥାଏ ସବୁଜ ରଙ୍ଗର ସାଇନ୍ ବୋର୍ଡ? ଅନେକ ଲୋକଙ୍କୁ ଜଣା ନଥିବ ଉତ୍ତର…

Advertisement

ଓଡ଼ିଶା ଭାସ୍କର: ନେସନାଲ ହାଇୱେ’ରେ ଯିବା ବାଟରେ ଅନେକ ସମୟରେ ଆପଣ େଅନକ ନୂଆ ଜିନିଷ ଲକ୍ଷ୍ୟ କରିଥିବେ । ରାସ୍ତାର କଡ଼ରେ କିମ୍ବା ଉପରେ ଲାଗିଥିବା ସାଇନ୍ ବୋର୍ଡକୁ କେବେ ଲକ୍ଷ୍ୟ କରିଛନ୍ତି କି? ତେବେ ଆପଣ ଦେଖିଥିବେ ଏହି ସାଇନ୍ ବୋର୍ଡର ରଙ୍ଗ ସମ୍ପୂର୍ଣ୍ଣ ସବୁଜ ହୋଇଥାଏ ଏବଂ ଏହା ଉପରେ ଧଳା ରଙ୍ଗରେ ନିର୍ଦ୍ଦେଶ ବା ଚିହ୍ନ ଇତ୍ୟାଦିକୁ ସ୍ଥାନ ଦିଆ ଯାଇଥାଏ । ଏହି ତଥ୍ୟ ଇତ୍ୟାଦି ପ୍ରାୟତଃ ରୋଡ୍ ସେଫ୍ଟି କିମ୍ବା ଅନ୍ୟ ସହରର ଦୂରତା ସମ୍ପର୍କରେ ସୂଚନା ଦିଆଯାଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଏହି ସାଇନ୍ ବୋର୍ଡର ରଙ୍ଗ ସବୁଜ କାହିଁକି ହୋଇଥାଏ? ତେବେ କିଛି ସ୍ଥାନରେ ନୀଳ ରଙ୍ଗର ସାଇନ୍ ବୋର୍ଡ ମଧ୍ୟ ଦେଖିବାକୁ ମିଳିଥାଏ ।

ଆମେରିକାରୁ ଭାରତ, ପ୍ରତ୍ୟେକ ନେସନାଲ ହାଇୱେରେ ସବୁଜ ରଙ୍ଗର ସାଇନ୍ ବୋର୍ଡ ଦେଖିବାକୁ ମିଳେ । ରାସ୍ତାରେ ସାଇନ୍ ବୋର୍ଡ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଆଗକୁ ଆସୁଥିବା ସହରର ଦୂରତା ବିଷୟରେ ସୂଚନା ଦିଆ ଯାଇଥାଏ । ତେବେ ଏହାକୁ ସବୁଜ ରଙ୍ଗ ଦେବାର ମଧ୍ୟ କାରଣ ରହିଛି । ଯଦି ଏହାକୁ ଟ୍ରାପିକ ଲାଇଟ ସହ ଯୋଡ଼ି ଦେଖାଯାଏ, ଏହା ନାରଙ୍ଗୀ କିମ୍ବା ଲାଲ କାହିଁକି ହୋଇନଥାଏ? ତେବେ ରିପୋର୍ଟ ଅନୁସାରେ, ଏକ ସୋସିଆଲ ମିଡିଆରେ ଜଣେ ୟୁଜର ଏହାର ଉତ୍ତରରେ କହିଛନ୍ତି ଯେ, ଭୁଲ ରାସ୍ତା କିମ୍ବା ଷ୍ଟପ୍ ଭଳି ସାଇନ୍ ପ୍ରତି ଚାଳକଙ୍କ ଧ୍ୟନ ତୁରନ୍ତ ଆକର୍ଷିତ କରିବାକୁ ପଡ଼ିଥାଏ । ତେଣୁ ସାଇନ୍ ଗୁଡ଼ିକ ଲାଲ ରଙ୍ଗରେ ସୂଚାଇ ଦିଆଯାଏ ।

ଏହା ଯଦି ସାଇନ୍ ବୋର୍ଡରେ କରାଯାଏ ତେବେ ଏହା ସମ୍ପୂର୍ଣ୍ଣ ବିବ୍ରତକର ହେବା ସହ ରାସ୍ତାରୁ ଯାତ୍ରୀଙ୍କ ଧ୍ୟାନ ଭଙ୍ଗ କରିଥାଏ । ହାଇୱେରେ ଥିବା ବୋର୍ଡର କାର୍ଯ୍ୟ ହେଉଛି, ଏହା ଆଗକୁ ଆସୁଥିବା ସହରର ଦୂରତା ଏବଂ ନାମ ସୂଚାଇପାରିବ । ତେଣୁ ସବୁଜ ରଙ୍ଗର ସାଇନ୍ ବୋର୍ଡକୁ ବ୍ୟବହାର କରାଯାଏ । ଏହା ଶାନ୍ତିଦାୟକ ଏବଂ ଆକର୍ଷଣୀୟ ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.