ଅଧିକ ମିଠା ଖାଇବାକୁ ଇଚ୍ଛା ହେଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇଥାଇପାରେ ଏହି ଜଟିଳ ସମସ୍ୟା

ଅଧିକ ମିଠା ଖାଇବାକୁ ଇଚ୍ଛା ଅନେକ ରୋଗର କାରଣ ହୋଇପାରେ । ଶରୀରରେ ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: କେତେକ ସମୟରେ ହଠାତ୍ ମିଠା ଖାଇବା ପାଇଁ ଇଚ୍ଛା ହୋଇଥାଏ । ସାଧାରଣତଃ ଆଇସକ୍ରିମ, ଚକୋଲେଟ ଆଡକୁ ମନ ଟାଣିଥାଏ । ଏଭଳି ସ୍ଥିତିରେ ଏହାକୁ ସୁଗାର କ୍ରାବିଙ୍ଗ କୁହାଯାଏ । ଯଦି ଏହା ସମ୍ଭବପର ହୁଏ ନାହିଁ ତେବେ ଚିଡଚିଡ ଲାଗିଥାଏ ।

ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଏକ ସାଧାରଣ ଲକ୍ଷଣ ନହୋଇପାରେ ।  ଶରୀରରେ କିଛି ପୋଷଣର ଅଭାବ କିମ୍ବା କୌଣସି ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ହୋଇପାରେ ।

କାହିଁକି ଅଧିକ ମିଠା ଖାଇବା ପାଇଁ ଇଚ୍ଛା ହୁଏ-   ତେବେ ସୁଗାର କ୍ରାଭିଙ୍ଗର ଅନେକ କାରଣ ହୋଇପାରେ । ଶରୀରରେ ରକ୍ତ ଶର୍କରାର ମାତ୍ରା କମ୍ ହେବା ଯୋଗୁଁ ମଧ୍ୟ ଏହା ହୋଇପାରେ । ଯଦି ମହିଳାଙ୍କ କ୍ଷେତ୍ରରେ ଏହା ଦେଖାଯାଏ, ତାହାଲେ ହରମୋନର ପରିବର୍ତ୍ତନ ବୋଲି କୁହାଯାଇଥାଏ ।

ଶରୀରରେ କିଛି ପୋଷଣର ଅଭାବ ହେଲେ ମିଠା ଖାଇବାକୁ କ୍ରେଭିଙ୍ଗ ହୋଇଥାଏ । ମିଠା ଖାଇବା ଦ୍ବାରା ଶରୀରକୁ ଶୀଘ୍ର ଶକ୍ତି ମିଳିଥାଏ । ପ୍ରୋଟିନ, ଫାଇବର, ମ୍ୟାଗ୍ନେସିୟମ, କ୍ରୋମିୟମ, ଜିଙ୍କ ଓ ହେଲ୍‌ଦି ଫ୍ୟାଟ ଅଭାବ ହେଲେ ବି ମିଠା ଖାଇବାକୁ ଖୁବ୍ ଇଚ୍ଛା ହୁଏ ।

କିଭଳି ଏହାକୁ ନିୟନ୍ତ୍ରଣ କରିବେ- ମାନସିକ ଚାପ ହେଉଥିଲେ ଯୋଗ, ବ୍ୟାୟାମ କରନ୍ତୁ । ସେହିପରି ନିଦ୍ରାରେ ଯଦି ସନ୍ତୁଳନତା ଆସେ ତାହେଲେ ମଧ୍ୟ ସୁଇଟ କ୍ରାଭିଙ୍ଗକୁ ରୋକାଯାଇପାରିବ । ମିଠା ଖାଇବାକୁ ମନ ହୁଏ ତାହେଲେ ଚକୋଲେଟ ବଦଳରେ ଫଳ କିମ୍ବା ଡ୍ରାଏଫ୍ରୁଟ୍ସ ଖାଆନ୍ତୁ । ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ଏକାଥରେ ଅଧିକ ମାତ୍ରାରେ ଖାଇବା ବଦଳରେ ଅଳ୍ପ ଅଳ୍ପ କରି ଏକାଧିକ ଥର ଖାଆନ୍ତୁ । କାରଣ ଏହା ଦ୍ବାରା ରକ୍ତରେ ଶର୍କରା ସ୍ତର ସନ୍ତୁଳନ ହୋଇ ରହିଥାଏ । ଯଦି ଅସ୍ବାଭାବିକ ଭାବେ ମିଠା ଖାଇବାକୁ ଇଚ୍ଛା ହେଉଛି ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ ।