fbpx

ଏ ବିଚ୍ଛେଦ କାହିଁକି! କାହାର ୧୨ ବର୍ଷର ତ ପୁଣି କାହାର ୨୧ ବର୍ଷର ବାହାଘର ଭାଙ୍ଗିଛି, କେବଳ ନତାଶା ନୁହେଁ ୨୦୨୪ ରେ ……

ଓଡିଶା ଭାସ୍କର: ବର୍ଷ ୨୦୨୪ ରେ ୬ ମାସରୁ ଅଧିକ ସମୟ ବିତି ସାରିଛି । ଏହିବର୍ଷ ବର୍ତ୍ତମାନ ଯାଏଁ ଅଭିନୟ ଜଗତର ଅନେକ ଅଭିନେତ୍ରୀଙ୍କ ଘର ଭାଙ୍ଗିଛି । ବହୁ ସୁନ୍ଦରୀ ଅଭିନେତ୍ରୀ ନିଜ ପତିଙ୍କଠୁ ତଲାକ ନେଇଛନ୍ତି । ଅନେକ ଅଭିନେତ୍ରୀ ନିଜ ପତିଠୁ ଅଲଗା ହୋଇ ସବୁଦିନ ପାଇଁ ସେମାନଙ୍କ ଜୀବନରୁ ଚାଲିଯାଇଛନ୍ତି । ଯେଉଁମାନେ କି ଦିନେ କଥା ଦେଇଥିଲେ, ମଙ୍ଗଳସୂତ୍ର ବି ପିନ୍ଧିଥିଲେ; ହେଲେ ସାଥିରେ ରହି ପାରିଲେନି । ଏହିକ୍ରମରେ….
୧. ନତାଶା ଷ୍ଟେନକୋବିକ: ନିଜର ୪ ବର୍ଷର ବାହାଘରକୁ ଭାଙ୍ଗି ହାର୍ଦ୍ଦିକଙ୍କଠୁ ଅଲଗା ହୋଇଛନ୍ତି ନତାଶା । ଉଭୟ ନତାଶା ଓ ହାର୍ଦ୍ଦିକଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ମାତ୍ର ସେମାନେ ଆଉ ସାଥିରେ ରହି ପାରିବେନି ବୋଲି ସମସ୍ତଙ୍କ ସାମ୍ନାରେ ଖୋଲିକି କହିଛନ୍ତି ।

୨. ଇଶା ଦେଓଲ: ଇଶା ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ କଳାକାରଙ୍କ ଝିଅ ଅଟନ୍ତି । ଧର୍ମେନ୍ଦ୍ର ଓ ହେମାମାଳିନୀଙ୍କ ଝିଅ ଇଶା ନିଜର ଛୋଟବେଳର ସାଙ୍ଗଙ୍କୁ ବିବାହ କରିଥିଲେ । ସେ ୨୦୧୨ ମସିହାରେ ବ୍ୟବସାୟୀ ଭରତ ତଖ୍‌ତାନୀଙ୍କୁ ବିବାହ କରି ଚଳିତବର୍ଷ ପ୍ରାରମ୍ଭରେ ତଲାକ ନେଇଥିଲେ । ତାଙ୍କର ୧୨ ବର୍ଷର ପ୍ରେମରେ ପଡିଥିଲା ପୂର୍ଣ୍ଣଛେଦ । ଏହି ଯୋଡି ୨ ଟି ସନ୍ତାନର ଜନକ ଜନନୀ ମଧ୍ୟ ଥିଲେ ।

୩. ଶୁଭାଙ୍ଗୀ ଅତ୍ରେ : ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଶୁଭାଙ୍ଗୀ ଅତ୍ରେ । ‘ଭାବି ଜି ଘର ପେ ହୈ’ ରେ କାମ କରି ସେ ଘରେ ଘରେ ଆଜି ପରିଚିତ । ୨୦୦୩ ମସିହାରେ ସେ ଇନ୍ଦୋରର ବ୍ୟବସାୟୀ ପୀୟୂଷ ପୂରେଙ୍କୁ ବିବାହ କରିଥିଲେ । ଏମାନଙ୍କ ୨୧ ବର୍ଷର ପୁରୁଣା ସମ୍ଫର୍କ ୨୦୨୪ ମସିହାରେ ଚୂରମାର ହୋଇଛି । ଉଭୟେ ଅଲଗା ହୋଇ ସାରିଛନ୍ତି ।

୪. ଈଶା କୋପିକର: ଜଣାଶୁଣା ବ୍ୟବସାୟୀ ଟିମ୍ମି ନାରଙ୍ଗକୁ ଅଭିନେତ୍ରୀ ଈଶା କୋପିକର ବାହା ହୋଇଥିଲେ ୨୦୦୯ ମସିହାରେ । ମାତ୍ର ଏବେ ସେମାନଙ୍କ ବି ବିଚ୍ଛେଦ ହୋଇଛି । ୧୪ ବର୍ଷର ସମ୍ପର୍କ ପାଣି ଫୋଟକା ଭଳି ଫାଟିଯାଇଛି । ଉଭୟ ଯୋଡି ପରସ୍ପରକୁ ତଲାକ ଦେଇଛନ୍ତି ।

୫. ଦଲଜିତ କୌର: ଟିଭି ଦୁନିଆର ଚର୍ଚ୍ଚିତ ସୁନ୍ଦରୀ ଅଭିନେତ୍ରୀ ଦଲଜିତ କୌର ଲମ୍ବା ସମୟ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ । ଶାଳୀନ ଭନୋଟଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହେବା ପରେ ସେ ୨୦୨୩ ମସିହାରେ ବ୍ୟବସାୟୀ ନିଖିଳ ପଟେଲଙ୍କୁ ବାହା ହୋଇଥିଲେ । ମାତ୍ର ଯଥା ପୂର୍ବଂ ତଥା ପରଂ ରୀତିରେ ଦଲଜିତ ଏହି ବିବାହକୁ ମଧ୍ୟ ନିଭେଇ ପାରିଲେନି । ନିଖିଳଙ୍କଠୁ ସେ ଚଳିତବର୍ଷ ଅଲଗା ହୋଇ ସାରିଛନ୍ତି ।

Get real time updates directly on you device, subscribe now.