fbpx

ଟାଇଟନିକ ଦୁର୍ଘଟଣା ନେଇଥିଲା ୧୫୦୦ ଲୋକଙ୍କ ଜୀବନ: କୁହାଯାଉଥିଲା ପାଣି ପଶିଲେ ବି ଜାହାଜ ଜମା ବୁଡ଼ିବନି, ତେବେ ବୁଡ଼ିଲା କାହିଁକି?

ନୂଆଦିଲ୍ଲୀ: ଗତ ୧୮ ତାରିଖରେ ଟାଇଟନିକ ପଣ୍ଡୁବୀର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଟାଇଟନ ପଣ୍ଡୁବୀ ମାଧ୍ୟମରେ ଯାଇଥିବା ଓସେନଗେଟର ସିଇଓ ଷ୍ଟକଟନ ରଶ, ବ୍ରିଟିଶ ଅରବପତି ହାମିଶ ହାର୍ଡିଙ୍ଗ, ପାକିସ୍ତାନୀ ଟାଇକୁନ ଶାହଜାଦା ଦାଉଦ ଓ ତାଙ୍କ ପୁତ୍ର ସୁଲେମାନ ଦାଉଦ, ପଲ-ହେନରୀ ନାର୍ଜିୟୋଲେଟଙ୍କ ଅକାଳ ମୃତ୍ୟୁ ପରେ ଏବେ ଟାଇଟନିକ ଜାହାଜ ବୁଡ଼ିବା ଖବରକୁ ପୁଣି ଥରେ ତାଜା କରିଦେଇଛି । ଏହି ସମସ୍ତ ଯାତ୍ରୀମାନେ ୨ କୋଟି ଖର୍ଚ୍ଚ କରି ଟିକେଟ କିଣିଥିବା କୁହାଯାଉଛି ।

୧୯୧୨ ମସିହାରେ ଆଟଲାଣ୍ଟକ ମହାସାଗରରେ ଟାଇଟନିକ ଜାହାଜରେ ଘଟିଥିଲା ଏକ ବଡ଼ ଅଘଟଣ । ୧୧୧ ବର୍ଷ ତଳେ ଯାତ୍ରା କରିଥିବା ଟାଇଟନିକ ଏକ ବିଶାଳକାଳୟ ସାମୁଦ୍ରିକ ଜାହାଜ ଥିଲା । ତା’ର ଲମ୍ବ ୨୬୯ ମିଟର, ଓସାର ୨୯ ମିଟର ଓ ଉଚ୍ଚତା ୫୩ ମିଟର ରହିଥିବା ବେଳେ ତାହା ଷ୍ଟିଲରେ ତିଆରି ହୋଇଥିଲା । ସେଥିରେ ପାଖାପାଖି ୩୩୦୦ ଲୋକ ବୁଲିବାର ସୁବିଧା ରହିଥିଲା । ଜାହାଜଟି ବ୍ରିଟେନରୁ ଆମେରିକା ଅଭିମୁଖେ ଯାଉଥିବା ସମୟରେ ଆଟଲାଣ୍ଟିକ ମହାସଗାରରେ ରାତି ସମୟରେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲା । କିଛି ଘଣ୍ଟା ମଧ୍ୟରେ ଜାହାଜଟି ଗଭୀର ଜଳରେ ବୁଡ଼ିଯାଇଥିବା ବେଳେ ତା’ର ଧ୍ୱଂସାବଶେଷ ଆଜି ବି ଉଦ୍ଧାର ହୋଇ ନପାରି ସେହି ସ୍ଥାନରେ ପଡ଼ି ରହିଛି ।

ଟାଇଟନିକର ଡିଜାଇନ ଏପରି କରାଯାଇଥିଲା ଯେ, ଯଦି ଜାହାଜର ଗୋଟିଏ ରୁମରେ ପାଣି ପ୍ରବେଶ କରେ, ତେବେ ଅନ୍ୟ ରୁମ ବୁଡ଼ିବ ନାହିଁ ବୋଲି କୁହାଯାଉଥିଲା । ପ୍ରଥମ ଯାତ୍ରାରେ ୧୩୦୦ ଯାତ୍ରୀ ଓ ୯୦୦ ଚାଳକ ଦଳ ସେଥିରେ ବସିଥିଲେ । ଏହି ଲଗଜରୀ ଜାହାଜର ଟିକେଟ ବହୁତ ମହଙ୍ଗା ଥିଲା । ପ୍ରଥମ ଶ୍ରେଣୀ ଟିକେଟର ମୂଲ୍ୟ ୩ ହଜାରରୁ ଅଧିକ ରହିଥିବା ବେଳେ ଦ୍ୱିତୀୟ ଶ୍ରେଣୀର ମୂଲ୍ୟ ୧୩୦୦ରୁ ଅଧିକ ଓ ତୃତୀୟ ଶ୍ରେଣୀର ମୂଲ୍ୟ ୭୦୦ରୁ ଅଧିକ ଟଙ୍କା ରହିଥିଲା ।

୧୯୧୨ ମସିହା ଏପ୍ରିଲ ମାସ ୧୪ ତାରିଖରେ ଟାଇଟନିକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୪ ଘଣ୍ଟା ମଧ୍ୟରେ ଜାହାଜଟି ବୁଡ଼ିଯାଇଥିବା ବେଳେ ତା’ର ବେଗ ଘଣ୍ଟା ପ୍ରତି ୪୧ କିମି ରହିଥିଲା । ସେଥିରେ ୨୨୦୦ ଲୋକ ଯାତ୍ରା କରୁଥିବା ବେଳେ ୧୫୦୦ ଲୋକ ମୃତ୍ୟୁବରଣ କରିଥିଲେ । ଏହାକୁ ବିଶ୍ୱର ସବୁଠାରୁ ବଡ଼ ସାମୁଦ୍ରିକ ଦୁର୍ଘଟଣା ବୋଲି କୁହାଯାଉଛି । ବରଫଫଣ୍ଡ ମାଡ଼ ହେବା ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି ।

ଜାହାଜଟି ଆଟଲାଣ୍ଟିକ ମହାସାଗରରେ ଦ୍ରୁତ ବେଗରେ ଯାଉଥିବା ସମୟରେ ଏକ ହିମଖଣ୍ଡ ସହ ମାଡ଼ ହେବାରୁ ସେଥିରେ ପାଣି ପଶିଯାଇଥିଲା । ଫଳରେ ସୁରକ୍ଷା କବଚ କୁହାଯାଉଥିବା ୱାଟରଟାଇଟ କମ୍ପାର୍ଟମେଣ୍ଟ ନଷ୍ଟ ହୋଇଯାଇଥିଲା । ପାଖାପାଖି ୫ଟି ୱାଟରଟାଇଟ୍ ରୁମରେ ପାଣି ଭରିଯାଇଥିଲା । ହିମଖଣ୍ଡ ସହ ମାଡ଼ ହେବା ପରେ ଜାହାଜର ଢାଞ୍ଚା ବଦଳି ଯାଇଥିଲା ଓ କବାଟ ବନ୍ଦ ହୋଇ ପାରିନଥିଲା ।

ଦୁର୍ଘଟଣାର ଦୁଇଦିନ ପୂର୍ବରୁ ଟାଇଟନିକକୁ ଏକ ୱେୟାରଲେସ୍ ମେସେଜ୍ ପଠାଯାଇ ହିମଖଣ୍ଡର ଉପସ୍ଥିତି ନେଇ ଚେତାବନୀ ଦିଆଯାଇଥିଲା । ମାତ୍ର ଉକ୍ତ ସନ୍ଦେଶ ଟାଇଟନିକ ପାଖରେ ପହଞ୍ଚି ପାରିନଥିଲା । ଏପରିକି ଏହି ଚେତାବନୀ ଦେଇଥିବା ଜାହାଜଟି ୧୯୧୮ରେ ନିଜେ ବୁଡ଼ି ଯାଇଥିଲା । ହିମଖଣ୍ଡ ମାଡ଼ ହେବା ପରେ ସେଠାରେ ଉପସ୍ଥିତ ଥିବା ଟେଲିଗ୍ରାଫର୍ସ ବିପଦ ସିଗନାଲ ପଠାଇଥିଲେ । ମାତ୍ର ସେ ଯାହାକୁ ଏହି ବାର୍ତ୍ତା ପଠାଇଥିଲେ ସେ ପୋଲିସ ଷ୍ଟେସନ ଯାଇଥିଲେ ହେଁ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ ।

Get real time updates directly on you device, subscribe now.