fbpx

ପେଟରେ ଗ୍ୟାସରୁ ମୁଣ୍ଡ ବିନ୍ଧୁଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ ନିଶ୍ଚୟ ଆରାମ ମିଳିବ

ନୂଆଦିଲ୍ଲୀ: ପେଟରେ ଗ୍ୟାସ ହେବା ଏକ ସାଧାରଣ ସମସ୍ୟା । ପ୍ରତି ୩ ଜଣରେ ଜଣେ ଏହି ସମସ୍ୟାରେ ପୀଡିତ । କିନ୍ତୁ ଯେତେବେଳେ ଏହି ଗ୍ୟାସ୍ ମୁଣ୍ଡକୁ ଚଢିଯାଏ ସେତେବେଳେ ମୁଣ୍ଡ ଭୀଷଣ ବିନ୍ଧିଥାଏ । ଏହା ସହିତ ପାଟିରୁ ଆମ୍ବିଳା ଛେପ ବାହାରିବା ସହିତ ବାନ୍ତି ବି ଲାଗିଥାଏ । ଏହି କାରଣରୁ ସମସ୍ୟା ବେଶୀ ବଢିଯାଏ । ଏପରି ସ୍ଥିତିରେ ଏହା ବୁଝିବା ଜରୁରୀ ଯେ ପେଟ ଗ୍ୟାସର ମୁଣ୍ଡବିନ୍ଧା ସହିତ କ’ଣ ସମ୍ବନ୍ଧ ରହିଛି ଏବଂ ଏଥିରୁ କିପରି ମୁକ୍ତି ପାଇପାରିବେ ।
ହେଲ୍ଥ ଲାଇନର ରିପୋର୍ଟ ଅନୁଯାୟୀ ମୁଣ୍ଡରେ ଯନ୍ତ୍ରଣାର ଏସିଡ୍ ରିଫ୍ଲକ୍ସ ସହିତ କିପରି ସମ୍ବନ୍ଧ ରହିଛି ଏ ବିଷୟରେ ଏବେ ବି ଅଧ୍ୟୟନ ଜାରି ରହିଛି । କିନ୍ତୁ ଆମ ପେଟର ଅନ୍ତଃସ୍ଥଳୀର ମସ୍ତିଷ୍କ ସହ ସଂଯୋଗ ରହିଛି । ତେବେ ଏପରି ସ୍ଥିତିରେ ଏହା କହିବା ମୁସ୍କିଲ ଯେ, ମୁଣ୍ଡବିନ୍ଧା କାରଣରୁ ଗ୍ୟାସ ହୋଇଥାଏ କି ଗ୍ୟାସ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ । ସେ ଯାହା ବି ହେଉ ପେଟରେ ହେଉଥିବା ଗ୍ୟାସ କାରଣରୁ ଯଦି ମୁଣ୍ଡବିନ୍ଧା ହେଉଛି ତେବେ ଏଥିରୁ ମୁକ୍ତି ପାଇବା ଲାଗି ମେଡିସିନ୍ ସହିତ ନିମ୍ନୋକ୍ତ ଉପାୟ ଆପଣାନ୍ତୁ ।
ଲେମ୍ବୁ ପାଣି:
ଗ୍ୟାସରୁ ମୁକ୍ତି ପାଇବା ଲାଗି ଲେମ୍ବୁ ପାଣି ବହୁତ ସହାୟକ ହୋଇଥାଏ । ଲେମ୍ବୁରେ ଆଣ୍ଟି ଇନଫ୍ଲେମେଟୋରୀ ଗୁଣ ରହିଛି । ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଅନ୍ତୁ । ଦେଖିବେ ଗ୍ୟାସ କାରଣରୁ ହେଉଥିବା ମୁଣ୍ଡବିନ୍ଧା ଧୀରେ ଧୀରେ କମିଯିବ ।
ତୁଳସୀପତ୍ର ଚା‘:
ତୁଳସୀପତ୍ରରେ ଆନାଲଜେସିକ୍ ଗୁଣ ଭରି ରହିଛି ଯାହା ଆପଣଙ୍କୁ ଗ୍ୟାସ ସମସ୍ୟାରୁ ମୁକ୍ତି ଦେଇପାରିବ । ତୁଳସୀ ପତ୍ରକୁ ଚୋବାଇ ଖାଆନ୍ତୁ କିମ୍ବା ଏହାର ପତ୍ରକୁ ପାଣିରେ ଫୁଟାଇ ପିଅନ୍ତୁ ।
ଅଦା:ଅଦାକୁ ଛେଚି ଗରମ ପାଣିରେ ପକାନ୍ତୁ । ଏହା ସହିତ କଳା ଲୁଣ ମିଶାନ୍ତୁ ଓ ଏହି ଚା’କୁ ପିଅନ୍ତୁ । ଏହା ବ୍ୟତୀତ ଜୁଆଣି ପାଣି , ପାନମଧୁରୀ ପାଣି ମଧ୍ୟ ଗ୍ୟାସରୁ ମୁକ୍ତି ଦେଇଥାଏ ।
ଶୋଇବାର ପୋଜିସନ୍ ଉପରେ ଧ୍ୟାନ ଦିଅନ୍ତୁ:
ଯଦି ରାତିରେ ଶୋଇବା ସମୟରେ ପେଟରେ ଗ୍ୟାସ୍ ହେଉଛି ଓ ଏହି କାରଣରୁ ମୁଣ୍ଡବିନ୍ଧା ହେଉଛି ତେବେ ଶୋଇବାର ପୋଜିସନ ବଦଳାଇ ଦିଅନ୍ତୁ । ଶୋଇବା ସମୟରେ ଶରୀରର ଉପର ଭାଗକୁ ହାଲକା ଭାବରେ ଉପରକୁ ରଖନ୍ତୁ ।
ଆଲକୋହଲ୍, ନିକୋଟିନ ଠାରୁ ଦୂରେଇ ରହନ୍ତୁ:
ମଦ, ତମାଖୁ, ସିଗାରେଟ୍ ଠାରୁ ଦୂରେଇ ରହନ୍ତୁ । ଏହିସବୁ ଜିନିଷ ପେଟରେ ଗ୍ୟାସ୍ ବଢାଇବା ସହ ମୁଣ୍ଡବିନ୍ଧାର କାରଣ ହୋଇଥାଏ ।
ଖାଦ୍ୟ ଖାଇବା ପରେ ପରେ ଶୁଅନ୍ତୁ ନାହିଁ:
ଖାଦ୍ୟ ଖାଇବା ପରେ ପରେ ଶୁଅନ୍ତୁ ନାହିଁ । ଏହା କରିବା ଦ୍ୱାରା ଖାଦ୍ୟ ପେଟକୁ ଯିବା ପରିବର୍ତ୍ତେ ଖାଦ୍ୟନଳୀ ଆଡକୁ ଚାଲି ଆସିଥାଏ । ଫଳରେ ଏସିହ୍ ରିଫ୍ଲକ୍ସ ହୋଇଥାଏ । ଖାଦ୍ୟ ଖାଇବାର ୩ ଘଣ୍ଟା ପରେ ଶୋଇବା ଉଚିତ ।

Get real time updates directly on you device, subscribe now.