କାହିଁକି ଟେଷ୍ଟରୁ ବାଦ୍ ପଡ଼ିଲେ ମହମ୍ମଦ ସାମି, ବଡ଼ କଥା କହିଦେଲେ ଅଜିତ ଅଗରକର

ଏହି କାରଣ ପାଇଁ ଟେଷ୍ଟରୁ ବାଦ୍ ପଡିଲେ ସାମି।

ନୂଆଦିଲ୍ଲୀ:  ଜୁନରେ ଇଂଲଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ। ଏଥିପାଇଁ ଆଜି ଟିମ୍ ଇଣ୍ଡିଆର ନୂଆ ଦଳ ଚୟନ ହୋଇଛି। ଯେଉଁଥିରେ ଶୁବମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ, ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି। ହେଲେ ଏହି ଟିମରେ ବୋଲର ମହମ୍ମଦ ସାମିଙ୍କୁ ବାଦ୍ ଦିଆଯାଇଛି।

ତେବେ ମହମ୍ମଦ ସାମିଙ୍କୁ କାହିଁକି ଟେଷ୍ଟରୁ ବାଦ୍ କରାଯାଇଛି ତା ଉପରେ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ନୂଆ ଟିମରେ କିଛି ନୂଆ ପିଲାଙ୍କୁ ମଧ୍ୟ ସ୍ଥାନ ମିଳିଛି। ହେଲେ ସାମିଙ୍କ ନାଁକୁ ପୁରାପୁରି କାଟିଦିଆଯାଇଛି।

ଟେଷ୍ଟ ମ୍ୟାଚ୍:  ଆଇପିଏଲ ୨୦୨୫ ଶେଷ ହେବା ପରେ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତ କରିବ। ଜୁନ୍ ୨୦ରୁ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହି ସିରିଜ୍ ପାଇଁ,  ଚୟନ କମିଟି ଆଜି ଟିମ୍ ଇଣ୍ଡିଆ ପାଇଁ ଖେଳାଳି ଘୋଷଣା କରିଛି।

ଯେଉଁଥିରେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସ୍ଥାନ ମିଳିନାହିଁ। ଦଳ ଘୋଷଣା ହେବା ପୂର୍ବରୁ ସାମିଙ୍କ ଚୟନ ବିଷୟରେ ଅନେକ କଥା କୁହାଯାଉଥିଲା। ହେଲେ ତାଙ୍କୁ ଏହି ଟେଷ୍ଟରୁ ବାଦ ଦିଆଯିବା ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହାର କାରଣ କହିଛନ୍ତି।

କାହିଁକି ବାଦ୍ ପଡ଼ିଲେ ସାମି:  ସାମ୍ବାଦିକ ସମ୍ମିଳନୀ ସମୟରେ ଅଜିତ ଅଗରକରଙ୍କୁ ଶାମିଙ୍କ ଚୟନ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତର ଦେଇ ସେ କହିଛନ୍ତି ସାମିଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି।

ସେ ଇଂଲଣ୍ଡ ଗସ୍ତ ପୂର୍ବରୁ  ଫିଟ୍ ହେବାକୁ ଚେଷ୍ଟା କରୁଥିଲେ। ତେଣୁ ତାଙ୍କ ଦେହ ଭଲ ନ ଥିବାରୁ ତାଙ୍କ ଡକ୍ଟର ସାମିଙ୍କୁ ରେଷ୍ଟ ନେବାକୁ କହିଛନ୍ତି। କାରଣ ଗତ ସପ୍ତାହରେ ସେ କିଛି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହା ପରେ ତାଙ୍କର MRI କରାଯାଇଥିଲା।

ତେଣୁ ଅଗରକର ଅନୁଭବ କରିଥିଲେ ଯେ ସେ ସମ୍ପୂର୍ଣ୍ଣ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିପାରିବେ ନାହିଁ। ସେ ଆଶାବାଦୀ ଥିଲେ ଯେ ଶାମି କିଛି ମ୍ୟାଚ୍ ପାଇଁ ଉପଲବ୍ଧ ହେବେ। କିନ୍ତୁ ଯଦି ସେ ଠିକ୍ ସମୟରେ ଫିଟ୍ ହୋଇପାରିବେ ନାହିଁ, ତେବେ ଅପେକ୍ଷା କରିବା ବହୁତ କଷ୍ଟକର ହୋଇଯିବ।

ଖରାପ ଫର୍ମରେ ସାମି: ଅଗରକର କହିଛନ୍ତି ସେ ଚାହୁଁଥିଲେ ଏହି ସିରିଜ୍ ପାଇଁ ସାମି ଟିମ୍ ଇଣ୍ଡିଆର ଅଂଶ ହୁଅନ୍ତୁ। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସାମିଙ୍କୁ ଏହି ଟେଷ୍ଟରୁ ବାଦ୍ ପଡିବାକୁ ହେଲା।

ଯଦି ଦେଖିବା ମହମ୍ମଦ ସାମି ପ୍ରାୟ ଦୁଇ ବର୍ଷ ଧରି ଭାରତ ପାଇଁ କୌଣସି ଟେଷ୍ଟ ମ୍ୟାଚ୍ ଖେଳି ନାହାଁନ୍ତି, ଏବଂ ସେ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ ମ୍ୟାଚ୍ ରେ ଭାରତ ପାଇଁ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।