କଳିଯୁଗର ସତ୍ୟବାନ୍: ସ୍ତ୍ରୀ’କୁ ଲଣ୍ଡା କଲା ସ୍ୱାମୀ, ଲାଣ୍ଡି ଝିଅକୁ ଥାନାକୁ ନେଇଗଲା ମା’

ସ୍ୱାମୀ ମାଡ଼ର ବିରୋଧ ପରିଣାମ ଭୋଗିଲା ସ୍ତ୍ରୀ । ସ୍ତ୍ରୀ ମୁଣ୍ଡରୁ ଚୁଟି କାଟିଦେଳା ସ୍ୱାମୀ ।

ଭଦୋହି: ଏକ ଆଶ୍ଚର୍ଯ୍ୟଜନକ ମାମଲା ଉତ୍ତରପ୍ରଦେଶ ଜିଲ୍ଲାର ଭଦୋଇ ଜିଲ୍ଲାରେ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ସ୍ୱାମୀ ପତ୍ନୀଙ୍କୁ ଦୁର୍ବ୍ୟବହାର କରି ତାଙ୍କୁ ଲଣ୍ଡା କରିଛନ୍ତି |

ପୋଲିସ ବର୍ତ୍ତମାନ ଅଭିଯୁକ୍ତ ସ୍ୱାମୀଙ୍କୁ ଖୋଜୁଛି। ପୋଲିସ ଅଧିକାରୀ ଅଞ୍ଜରୀ କୁମାର ରାୟ କହିଛନ୍ତି, ଅଭିଯୁକ୍ତ ସ୍ୱାମୀ ରାମ ସାଗର, ଓରାଇ ପୋଲିସ ଷ୍ଟେସନର ଜଣେ ବାସିନ୍ଦା, ସେ 24 ତାରିଖରେ ରାମ ସାଗର ସ୍ତ୍ରୀଙ୍କୁ ମାର୍ଶର କରିଥିଲେ, ପ୍ରତିବାଦ କରିବାରୁ ରାମ ସାଗର ପୀଡ଼ିତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଲେ |

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ରାମ ସାଗର ରାଗିଯାଇ ସ୍ତ୍ରୀ ବବିତାଙ୍କୁ ଲଣ୍ଡା କରିଦେଲେ ।

ଘଟଣାର ଦ୍ୱିତୀୟ ଦିନରେ ବବିତା ତାଙ୍କ ମା’ଙ୍କୁ ଫୋନ କରି ଡକେଇଥିଲେ । ମା’ଙ୍କ ଆଗରେ ପୂର୍ବ ଦିନରେ ସବୁ କଥା ବଖାଣିଥିଲେ ବବିତା । ଏହାପରେ ଲାଣ୍ଡି ଝିଅର ମୁହଁ ଲୁଚେଇ ବବିତାଙ୍କୁ ତାଙ୍କ ମା’ ଘରକୁ ଆଣିଥିଲେ ।

ରବିବାର ରାତିରେ ମା’ ଝିଅ ଓରାଇ ଥାନାରେ ରାମ ସାଗର ବିରୋଧରେ ଅଭିଯୋଗ ଦାଏର କରିଥିଲେ ।ରାମ ସାଗରକୁ ଧରିବା ପାଇଁ ପୋଲିସ ତା’ ଘରେ ପହଞ୍ଚିଥିଲେ । ହେଲେ ରାମ ସାଗର ଘରୁ ଫେରାର୍ ହୋଇଯାଇଥିଲା ଜଣାପଡ଼ିଛି ।