ସ୍ବାମୀକୁ ନପୁଂସକ କହିବା ମାନସିକ କ୍ରୁରତା: ହାଇକୋର୍ଟ

ନୂଆଦିଲ୍ଲୀ: ସ୍ବାମୀଙ୍କୁ ନପୁଂସକ କହିପାରିବେନି ସ୍ତ୍ରୀ । ହିଞ୍ଜଡା କହିବା ମାନସିକ କ୍ରୁରତା ବୋଲି ହାଇକୋର୍ଟ ରାୟ ଶୁଣାଇଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ପାରିବାରିକ ମାମଲାର ଶୁଣାଣି କରିବା ସମୟରେ ଏଭଳି ରାୟ ଶୁଣାଇଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ପୁରୁଷଙ୍କ ସପକ୍ଷରେ ପାରିବାରିକ କୋର୍ଟ ଦେଇଥିବା ଛାଡପତ୍ରକୁ ସମର୍ଥନ କରି କହିଛନ୍ତି ଯେ ସ୍ୱାମୀଙ୍କୁ ହିଞ୍ଜଡା ବୋଲି କହିବା ମାନସିକ ନିର୍ଯାତନା ଅଟେ । ଜଷ୍ଟିସ୍ ସୁଧୀର ସିଂ ଏବଂ ଜସଜିତ୍ ସିଂ ବେଦୀଙ୍କ ଏକ ବେଞ୍ଚ ଚଳିତ ବର୍ଷ ଜୁଲାଇରେ ପରିବାର କୋର୍ଟ ଦ୍ୱାରା ସ୍ୱାମୀଙ୍କ ସପକ୍ଷରେ ଦିଆଯାଇଥିବା ଛାଡପତ୍ର ବିରୋଧରେ ମହିଳାଙ୍କ ନିବେଦନ ଶୁଣାଣି ହୋଇଥିଲା ।

ବେଞ୍ଚ କହିଛନ୍ତି, ସ୍ୱାମୀଙ୍କୁ ନପୁଂସକ କହିବା ଏବଂ ଜଣେ ନପୁଂସକ ପୁତ୍ରକୁ ଜନ୍ମ ଦେଇଛନ୍ତି ବୋଲି ତାଙ୍କ ମାତାକୁ କହିବା ଉଚିତ ନୁହେଁ । ଏହା ମାନସିକ କ୍ରୁରତା ଅଟେ ।  ଆବେଦନକାରୀ ପତ୍ନୀଙ୍କ ସମସ୍ତ କାର୍ଯ୍ୟ ଏବଂ ଆଚରଣକୁ ବିଚାରକୁ ନେଇ 6 ବର୍ଷ ହେଲା ଏକାକୀ ରହୁଥିଲେ । 2017 ମସିହାରେ ସେମାନଙ୍କର ବିବାହ ହୋଇଥିଲା । ତେବେ ସ୍ବାମୀଙ୍କ ସପକ୍ଷରେ ପାରିବାରିକ ଅଦାଲତ ଜୁଲାଇରେ ଛାଡପତ୍ର ଆବଦେନକୁ ମଞ୍ଜୁରୀ ଦେଇଥିବା ବେଳେ ହାଇକୋର୍ଟ ମଧ୍ୟ ଏହାକୁ କାଏମ ରଖିଛନ୍ତି । ତେବେ ଫ୍ୟାମିଲି କୋର୍ଟର ରାୟକୁ ମହିଳାଜଣକ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବେଳେ ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି ।