‘ନିଷ୍କ୍ରିୟ ବସିଥିବା ସ୍ତ୍ରୀ ଅଲଗା ହୋଇଥିବା ସ୍ୱାମୀଙ୍କ ଠାରୁ ସମ୍ପୂର୍ଣ୍ଣ ଭରଣ-ପୋଷଣ ମାଗି ପାରିବେ ନାହିଁ’: କର୍ଣ୍ଣାଟକ ହାଇକୋର୍ଟ
ନୁଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ନିକଟରେ ଏକ ଭରଣ-ପୋଷଣ ଏବଂ କ୍ଷତିପୁରଣ ମାମଲାର ଶୁଣାଣି କରି ଏକ ବଡ଼ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଜଣେ ସ୍ତ୍ରୀ, ଯିଏ ପୁର୍ବରୁ ଚାକିରି କରୁଥିଲେ, ସେ ବେରୋଜଗାର ହୋଇ ରହିପାରିବେ ନାହିଁ ଏବଂ ଅଲଗା ହୋଇଥିବା ସ୍ୱାମୀଙ୍କ ପାଖରୁ ସମ୍ପୁର୍ଣ୍ଣ ଭରଣ ପୋଷଣ ମାଗି ପାରିବେ ନାହିଁ । ବରଂ ସେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କିଛି ପ୍ରୟାସ କରିବା ଆବଶ୍ୟକ ।
କୋର୍ଟ ଜଣେ ମହିଳା ଏବଂ ତାଙ୍କ ପିଲାଙ୍କର ଆବେଦନ ଉପରେ ଶୁଣାଣି କରି ସେସନ୍ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଉକ୍ତ ମହିଳାଙ୍କୁ ଦିଆଯାଉଥିବା ଭରଣ ପୋଷଣକୁ ୧୦,୦୦୦ ଟଙ୍କା ରୁ ୫,୦୦୦ ଟଙ୍କା ଏବଂ କ୍ଷତିପୂରଣ ୩,୦୦,୦୦୦ ଟଙ୍କା ରୁ ୨,୦୦,୦୦୦ ଟଙ୍କାକୁ ହ୍ରାସ କରାଯାଇଥିଲା ।
ବିଚାରପତି ରାଜେନ୍ଦ୍ର ବଡମିକାରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହା ଦେଖିଥିଲେ ଯେ, ମହିଳା ଜଣଙ୍କ ବିବାହ ପୁର୍ବରୁ ଚାକିରି କରୁଥିଲେ ଏବଂ ବର୍ତ୍ତମାନ କଣ ପାଇଁ ସେ କୋଣସି କାମ କରିପାରିବେ ନାହିଁ ଏହା ଦର୍ଶାଇ ନଥିଲେ । ଏହି ସମୟରେ ବୁିଚାରପତି କହିଥିଲେ ଯେ, ସମ୍ପୃକ୍ତ ମହିଳା ଜଣକ ନିଷ୍କ୍ରିୟ ହୋଇ ସ୍ୱାମୀଙ୍କ ଠାରୁ ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ଲୋଡ଼ିବା ଉଚିତ ନୁହେଁ ଏବଂ ସେ ଜୀବିକା ନିର୍ବାହ ପାଇଁ କିଛି ପ୍ରୟାସ କରିବାକୁ ମଧ୍ୟ ବାଧ୍ୟ ଅଟନ୍ତି ଏବଂ ସେ କେବଳ ତାଙ୍କ ସ୍ୱାମୀଙ୍କଠାରୁ କେବଳ ସହାୟତା ରୁପକ ଅର୍ଥ ଦାବି କରିପାରିବେ ।