fbpx

ପରିବାରରେ Sex Life ବିଷୟରେ ଆଲୋଚନା କରିପାରିବେନି… ସ୍ୱାମୀଙ୍କୁ ମଧ୍ୟ ଏଭଳି କଥା କହିପାରିବେ ନାହିଁ ଜଣେ ପତ୍ନୀ

ନୂଆଦିଲ୍ଲୀ: ପରିବାର ସାମନାରେ ସେକ୍ସ ଲାଇଫ ବିଷୟରେ ଆଲୋଚନା କରିବାକୁ ମଧ୍ୟ ମାନସିକ କ୍ରୁରତା ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହିତ ସ୍ୱାମୀଙ୍କୁ ନପୁଂସକ କହିବା ମଧ୍ୟ ଅପମାନଜନକ ଘଟଣା ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି । ଜଣେ ସ୍ତ୍ରୀ ଏଭଳି କାର୍ଯ୍ୟରୁ ସର୍ବଦା ଦୂରେଇ ରହିବା ଉଚିତ ବୋଲି ହାଇକୋର୍ଟ ପ୍ରକାଶ କରିଛନ୍ତି । ଏକ ବିବାହ ବିଚ୍ଛେଦ ମାମଲାକୁ ନେଇ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଅଦାଲତର ବିଚାରପତି ସୁରେଶ କୁମାର କୈତ ଏବଂ ଜଷ୍ଟିସ ନୀନା ବଂସଲ କୃଷ୍ଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି ।

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ସହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ ଅଭିଯୋଗ କରିଛନ୍ତି ଯେ, ପତ୍ନୀ ଚିଡ଼ଚିଡ଼ା ସ୍ୱାଭବର ହୋଇଥିବା ବେଳେ ଛୋଟ ଚୋଟ କତାରେ ସେ ଝଗଡ଼ା କରୁଥିଲେ । ଏହାସହିତ ମହିଳାଜଣକ ଖୁବ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ମଧ୍ୟ ବ୍ୟକ୍ତି ଜଣକ ଅଭିଯୋଗ କରିବା ସହ ଛାଡ଼ପତ୍ର ପାଇଁ ଆବଦେନ କରିଥିଲେ । ତେଣୁ ଏହି ମାମଲାରେ ଅଦାଲତ ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୫୫ ଅନୁସାରେ, ପତ୍ନୀଙ୍କ ତରଫରୁ ମାନସିକ କ୍ରୁରତା ଆଧାରରେ ସ୍ୱାମୀଙ୍କୁ ଛାଡ଼ପତ୍ର ପାଇଁ ଅନୁମତି ମିଳିସାରିଛି । ତେବେ ଏ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମହିଳା ।

ଏ ନେଇ କୋର୍ଟ କହିଛନ୍ତି ଯେ, ‘… ପତ୍ନୀଙ୍କ ତରଫରୁ ସମସ୍ତଙ୍କ ସାମନାରେ ସ୍ୱାମୀଙ୍କ ଅପମାନିତ କରିବା ଏବଂ ନପୁଂସକ କହିବା କିମ୍ବା ପରିବାର ଆଗରେ ଯୌନ ସମ୍ପର୍କ(ସେକ୍ସ ଲାଇଫ) ବିଷୟରେ ଆଲୋଚନା କରିବା ଇତ୍ୟାଦିକୁ ଅପମାନଜନକ କାର୍ଯ୍ୟକଳାପ ବୋଲି କହିଛନ୍ତି କୋର୍ଟ । ଏହାଦ୍ୱାରା ଅପିଲକର୍ତ୍ତାଙ୍କୁ ମାନସିକ କ୍ରୁରତାର ସାମନା କରିବାକୁ ପଡ଼ିଛି । ସୂଚନା ଅନୁସାରେ, ଦୁଇ ଥର ଆଇଭିଏଫ ପ୍ରକ୍ରିୟା ଦେଇ ଗତି କରିବା ପରେ ମଧ୍ୟ ଉଭୟଙ୍କର କୌଣସି ସନ୍ତାନ ଜାତ ହେଉନଥିଲା । ତେଣୁ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ତେବେ ପତ୍ନୀ ବାରମ୍ବାର ସଭିଙ୍କ ସମ୍ମୁଖରେ ନପୁଂସକ ବୋଲି କହୁଥିବା ନେଇ ସ୍ୱାମୀ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.