fbpx

ସ୍ୱାମୀଙ୍କୁ କାନ୍ଧରେ ବୋହି ଦୀର୍ଘ ୫ ବର୍ଷ ହେବ ଏ ଅଫିସରୁ ସେ ଅଫିସ୍ ଘୁରି ବୁଲୁଛନ୍ତି ପ୍ରିୟଙ୍କା, ପତିଙ୍କୁ ଅନୁକମ୍ପାମୂଳକ ଚାକିରି ନ ମିଳିବା ଯାଏ ଜାରି ରହିବ ପ୍ରୟାସ

ଛତ୍ରପୁର:ପ୍ରେମ ତ ଜୀବନରେ ସମସ୍ତେ କରିଥିବେ । କିନ୍ତୁ ଆମେ ଏଠି ଏପରି ଏକ ଦାମ୍ପତ୍ୟ ପ୍ରେମର ଚିତ୍ର ଆପଣଙ୍କ ସାମ୍ନାରେ ରଖିବାକୁ ଯାଉଛୁ ଯାହା ଦେଖିଲେ ଆପଣ ବି କହିବେ ଏହା ହିଁ ବାସ୍ତବରେ ପ୍ରେମ । ମଧ୍ୟପ୍ରଦେଶ ଛତ୍ରପୁରର ଏହି ଘଟଣା । ଆଜି ସମାଜରେ ଦାମ୍ପତ୍ୟ ସଂପର୍କରେ ଛୋଟ ଛୋଟ କଥାରେ ଝଡ ଉଠି ସଂପର୍କ ତୁଟି ଯାଉଥିବା ବେଳେ ଏଠି କିନ୍ତୁ ଏକ ଦମ୍ପତି ପ୍ରମାଣ କରି ଦେଇଛନ୍ତି ପ୍ରକୃତ ପ୍ରେମ ଥିଲେ ଦାମ୍ପତ୍ୟ ସଂପର୍କ ୭ ଜନ୍ମ ଲାଗି ଅତୁଟ ରୁହେ । ଏଠି ଜଣେ ପତ୍ନୀ ପ୍ରମାଣିତ କରି ଦେଖାଇଛନ୍ତି ଯେ, ଆଜି ବି ଭାରତୀୟ ସଂସ୍କୃତିରେ ପତି ପରମେଶ୍ୱର ଧାରଣା କେଉଁଠି ନା କେଉଁଠି ବଞ୍ଚି ରହିଛି । ଏହି ପତ୍ନୀ ହେଉଛନ୍ତି ମଧ୍ୟପ୍ରଦେଶ ଛତ୍ରପୁରର ପ୍ରିୟଙ୍କା ଗୌଣ୍ଡ ଯିଏ ନିଜ ଦିବ୍ୟାଙ୍ଗ ସ୍ୱାମୀଙ୍କୁ  ଅନୁକମ୍ପାମୂଳକ ଚାକିରି କିଭଳି ମିଳିବ ସେଥିପାଇଁ ତାଙ୍କୁ କୋଳରେ ଧରି ଦୀର୍ଘ ୫ ବର୍ଷ ହେବ ଏ ଅଫିସରୁ ସେ ଅଫିସ୍ ଘୁରି ବୁଲୁଛନ୍ତି । ଦିବ୍ୟାଙ୍ଗ ପତିଙ୍କ ପ୍ରତି ପତ୍ନୀଙ୍କ ଏପରି ସମର୍ପଣ ଭାବ ଆଜିର ସମାଜ ଲାଗି ବଡ ଉଦାହରଣ ପାଲଟିଛି । ପ୍ରିୟଙ୍କ କହିଛନ୍ତି ମୁଁ ଜ୍ୟୋତି ମୌର୍ଯ୍ୟ ନୁହେଁ ଯେ, ମୋ ସ୍ୱାମୀଙ୍କ ସାଥ ଛାଡି ଦେବି । ସେ ଆହୁରି କହିଛନ୍ତି ମୋ ସ୍ୱାମୀ ଅନୁକମ୍ପାମୂଳକ ନିଯୁକ୍ତି ନ ପାଇବା ଯାଏ ମୁଁ ଏପରି ପ୍ରୟାସ ଜାରି ରଖିଥିବି ।

ଦୀର୍ଘ ୫ ବର୍ଷ ଧରି ପ୍ରିୟଙ୍କା ନିଜ ଦିବ୍ୟାଙ୍କ ପତିଙ୍କୁ ଏପରି ସାଥୀରେ ଧରି ବିଭିନ୍ନ ନେତା ଓ ଅଫିିସରଙ୍କ ପାଖକୁ ଯାଇ ଚାକିରି ଲାଗି ଗୁହାରୀ କରୁଛନ୍ତି । ଗତ ମଙ୍ଗଳବାର ଯେତେବେଳେ ପ୍ରିୟଙ୍କା ନିଜ ସ୍ୱାମୀଙ୍କୁ କୋଳରେ ଧରି ଜନଶୁଣାଣୀ ଶିବିରରେ ପହଞ୍ଚିଥିଲେ ସେତେବେଳେ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇପଡିଥିଲେ ।

ତେବେ ପ୍ରିୟଙ୍କାଙ୍କ ପତି ଅଶୁଂଳ ଗୌଣ୍ଡ ପ୍ରଥମରୁ ଏପରି ଦିବ୍ୟାଙ୍ଗ ନ ଥିଲେ । ୨୦୧୯ରେ ତାଙ୍କର ଏକ ଦୁର୍ଘଟଣା ହୋଇଥିଲା ଯାହାପରେ ସେ ଚଳନଶକ୍ତି ହରାଇ ବସିଥିଲେ । ଅଶୁଂଳ କହିଛନ୍ତି ତାଙ୍କ ମା’ ଜଣେ ଶିକ୍ଷୟିତ୍ରୀ ଥିଲେ । ୨୦୧୫ରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ମା’ଙ୍କ ଚାକିରି ଯାଗାରେ ଅନୁକମ୍ପା ମୂଳକ ଚାକିରି ପାଇବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି । ଲବକୁଶ ନଗର ତହସିଲ ଗ୍ରାମ ପରସାନିଆରେ ରହୁଥିବା ପ୍ରିୟଙ୍କାଙ୍କ ବିବାହ ୨୦୧୭ରେ ଅଶୁଂଳଙ୍କ ସହ ହୋଇଥିଲା । ୨୦୧୯ ରେ ଏକ ସଡକ ଦୁୂର୍ଘଟଣାରେ ଅଶୁଂଳ ଆହତ ହୋଇଥିଲେ । ତାଙ୍କ ଗୋଡ ଓ ଅଣ୍ଟାରେ ଗମ୍ଭୀର ଆଘାତ ଲାଗିଥିଲା । ସେବେଠାରୁ ସେ ଚଲାବୁଲା କରିବାକୁ ଅସମର୍ଥ ଓ ସର୍ଭାଇକାଲ୍ ସ୍ପାଇନ୍ ରୋଗରେ ପୀଡିତ । ଆଉ ସେବେଠାରୁ ପତ୍ନୀ ପ୍ରିୟଙ୍କା ନିଜ ପତିଙ୍କର ସମସ୍ତ ଦାୟିତ୍ୱ ନେବା ସହ ତାଙ୍କୁ ଚାକିରି ଦେବାକୁ ନେତା ଅଫିସରଙ୍କ ପାଖରେ ଏପରି ଗୁହାରି କରି ଚାଲିଛନ୍ତି । ତେବେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ପହଞ୍ଚିବା ପରେ ଜିଲ୍ଲାପାଳ ତାଙ୍କୁ ଏଥର ନିଯୁକ୍ତି ଦିଆଯିବ ବୋଲି ଆଶ୍ୱସ୍ତି ଦେଇଛନ୍ତି ।

Get real time updates directly on you device, subscribe now.