fbpx

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଦେଲା ନିର୍ଯାତନା, ପିଠାପାତିଆକୁ ନିଆଁରେ ଗରମ କରି ପିଠି ଦେଉଥିଲା ଚେଙ୍କ…

ଭଞ୍ଜନଗର (ଓଡ଼ିଶା ଭାସ୍କର): ସ୍ତ୍ରୀର କାର୍ଯ୍ୟକଳାପକୁ ସନ୍ଦେହ କରି, ସ୍ୱାମୀ ଦେଇଛି ନିର୍ଯାତନା । ପିଠା ପାତିଆ ଗରମ କରି ସ୍ତ୍ରୀ ପିଠିରେ ଚେଙ୍କ ଦେଇଛି ସ୍ୱାମୀ । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଲମ୍ଭେଇ ଗ୍ରାମରେ ଘଟିଛି ।

ଖବର ନେବାରେ ଜଣାପଡିଛି ନିକଟସ୍ଥ ଲମ୍ଭେଇ ଗ୍ରାମର ସନ୍ତୋଷ ମୂଳୀ ସେହି ଗ୍ରାମର ଲତା ମୂଳୀକୁ ମାର୍ଚ୍ଚ ୧୫ ତାରିଖ ୨୦୧୬ରେ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି । ଘଟଣା ଦିନ ସ୍ୱାମୀ ସନ୍ତୋଷ, ମୂଲକାମ କରି ଘରକୁ ଫେରିବା ସମୟରେ, ସ୍ତ୍ରୀ ଲତା ଜଣେ ଯୁବକ ସହିତ କଥା ହେଉଥିଲେ । ଏହାକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ୱାମୀ ସନ୍ତୋଷ ରାଗିଯାଇ ଘରେ ଥିବା ପିଠାପାତିଆକୁ ନିଆଁରେ ଗରମ କରି ଲତାର ପିଠିରେ ଚେଙ୍କ ଦେଇଥିଲା । ଲତା ଆହତ ହେଇ ତାରସିଂ ମେଡିକାଲ୍‌ରେ ଭର୍ତ୍ତି ହେଇଥିଲେ । ଏହି ଘଟଣାକୁ ନେଇ ସ୍ୱାମୀଙ୍କ ନାମରେ ଜୁନ୍‌ ୧୦ ତାରିଖରେ ୨୦୨୧ରେ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସ୍‌ ନଂ ୧୩୫/୨୧ରେ ମାମଲା ରୁଜୁ କରି, ସ୍ୱାମୀ ସନ୍ତୋଷକୁ ଗିରଫ କରି କୋର୍ଟଚାଲାଣ କରିଛି । ଏନେଇ ଥାନା ଅଧିକାରୀ ପ୍ରଦୀପ କୁମାର ଦାଶ ଓ ତଦନ୍ତ କାରୀ ଅଫିସର ଏଏସ୍‌ଆଇ ବସନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.