fbpx

ଆଜି ପବିତ୍ର ଶୀତଳ ଷଷ୍ଠୀ, ନିରାଡ଼ମ୍ବରରେ ପାଳନ ହେବ ହର ପାର୍ବତୀଙ୍କ ବିବାହ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ପବିତ୍ର ଶୀତଳଷଷ୍ଠୀ। ଏଥିାଇଁ ଏକାମ୍ର କ୍ଷେତ୍ର ହୋଇଉଠେ ଚଳଚଞ୍ଚଳ । ତେବେ କରୋନା କଟକଣା ପାଇଁ ଏଥର ଏକାମ୍ର କ୍ଷେତ୍ର ଶିବ ବିବାହ ଅବସରରେ ନିଶବ୍ଦ ହୋଇଯାଇଛି । ତେବେ ବିଧିପୂର୍ବକ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ । ମଙ୍ଗଳବାର ଶିବ ବିବାହ ଅନୁଷ୍ଠିତ ହେବ।

ଏହାର ଅବ୍ୟବହିତ ପୂର୍ବରୁ ସୋମବାର ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଛି । ପରମ୍ପରା ଅନୁଯାୟୀ ସେବାୟତ ମାନେ ଗୁଆ ଦେଇ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡିଛି । ଆଜି ହେବ ଶିବ ବିବାହ । ଏଥିାଇଁ ଏକାମ୍ର କ୍ଷେତ୍ରରୁ କେଦାରଗୌରୀ ମନ୍ଦିରରୁ ଏକ ବିରାଟ ପଟୁଆରରେ ବାଜା, ବାଣ ରୋଶଣୀରେ ମହାପ୍ରଭୁ କେଦାରଗୌରୀ ମନ୍ଦିରକୁ ଯାତ୍ରା କରିଥାନ୍ତି । ଏଥର ଏହି ବିବାହ ଉତ୍ସବ ନିରାଡମ୍ବର ଭାବେ ପାଳିତ ହେବ । ବାଜିବନି ବାଜା, ଫୁଟିବନି ବାଣ । ନିର୍ଦ୍ଧିଷ୍ଟ କିଛି ପାଳିଆଙ୍କୁ ନେଇ ଏହି ବିବାହ ଶୋଭାଯାତ୍ରା ଆଗମନ କରିବ । ଲିଙ୍ଗରାଜରୁ ରାତ୍ର ୧୧ଟା ୩୦ରେ ଏହି ବିବାହ ପଟୁଆର କେଦାରଗୌରୀ ମନ୍ଦିର ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.