fbpx

ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀ ଦେଲେ ଜୀବନ: ଗୁଳିମାରି ଫେରାର ହେଲା ଅଭିଯୁକ୍ତ

ନୂଆପଡ଼ା : ସ୍ତ୍ରୀ ବଞ୍ଚାଇଦେଲେ ସ୍ୱାମୀର ଜୀବନ… ସ୍ୱାମୀଙ୍କ ପାଇଁ ନିଜ ଜୀବନକୁ କରିଦେଲେ ଉତ୍ସର୍ଗ… ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଦେଲେ ନିଜ ଜୀବନର ବଳିଦାନ । ଏଭଳି ଏକ ହୃଦୟବିଦାରକ ଘଟଣ ସାମ୍ନାକୁ ଆସିଛି ନୂଆପଡ଼ାରୁ । ଯେଉଁଠାରେ ସ୍ୱାମୀର ଜୀବନ ବଞ୍ଚାଇବାକୁ ଜଣେ ମହିଳା ନିଜର ବଳିଦାନ ଦେଇଛନ୍ତି ।

ସୂଚନା ଅନୂଯାୟୀ, କୋମନା ଥାନା ଠୁଟିବର ଗାଁର ଗ୍ରାମରକ୍ଷୀଙ୍କ ପୁଅ ନିଳାମ୍ବର ସୁନା ମାତାଲ ଅବସ୍ଥାରେ ଶରତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଶରତଙ୍କୁ ବଞ୍ଚାଇବାକୁ ସ୍ତ୍ରୀ କୁମୁଦିନୀ ଶବର ସାମ୍ନାକୁ ଚାଲି ଆସିଥିଲେ । ଫଳରେ ମହିଳାଙ୍କ ପେଟରେ ଗୁଳି ବାଜିଥିଲା ଓ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ ।

ତେବେ ଏହାପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ନିଳାମ୍ବରଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ବେଳେ ଏକ ହତ୍ୟା ମାମଲାରେ ସେ ଜେଲ ମଧ୍ୟ ଯାଇଥିଲା । ନିଳାମ୍ଵର ଏବେ ଫେରାର ଥିବାବେଳେ ତଦନ୍ତ ଚଳାଇଛି କୋମନା ପୋଲିସ ।

Get real time updates directly on you device, subscribe now.