fbpx

ପତ୍ନୀଙ୍କ ଓଠରୁ ଲିପଷ୍ଟିକ ଗାଏବ ହେବାକୁ ନେଇ ପତି ସୃଷ୍ଟି କଲେ ମହାଭାରତ, ଥାନାରେ ପହଞ୍ଚିଲା ମାମଲା

Advertisement

ଆଗ୍ରା: ବିବାହ ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ କଥା । ଅଧିକାଂଶ ଘରେ ଛୋଟ ଛୋଟ କଥାରେ ବି ଭୟଙ୍କର ଝଗଡା ହୋଇଥାଏ ।  ଉତ୍ତରପ୍ରଦେଶ ଆଗ୍ରାରୁ ଏପରି କିଛି ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଲିପଷ୍ଟିକକୁ ନେଇ ମହାଭାରତ ସୃଷ୍ଟି କରିଛନ୍ତି ।

ପ୍ରକୃତ ଘଟଣା ହେଉଛି ଯୁବକ ଜଣକ ସକାଳେ ଯେତେବେଳେ ଶୋଇକରି ଉଠିଥିଲେ ସେତେବେଳେ ସେ ଦେଖିଥିଲେ ତାଙ୍କ ପତ୍ନୀଙ୍କ ଓଠରେ ଲିପଷ୍ଟିକ ନାହିଁ । ଏହା ଦେଖିବା ପରେ ପତିଙ୍କ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା । ସେ ପତ୍ନୀଙ୍କୁ ସନ୍ଦେହ କରି ତାଙ୍କ ଉପରେ ଦୋଷାରୋପ କରିଥିଲେ । ଏହା ଦେଖି ପତ୍ନୀ ବି ଚୁପ୍ ବସି ନ ଥିଲେ । ଦୁଇଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ଏହି ଝଗଡା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ମାମଲା ଯାଇ ଥାନାରେ ପହଞ୍ଚିଥିଲା । ଏବେ ପୋଲିସ ଉଭୟ ପତି ପତ୍ନୀଙ୍କୁ କାଉନସେଲିଂ ଲାଗି ପରିବାର ପରାମର୍ଶ କେନ୍ଦ୍ରକୁ ଡାକିଛି ।

ମାମଲାଟି ସିକନ୍ଦରା ଅଞ୍ଚଳର । ଏଠାରେ ଏକ ଫ୍ୟାକ୍ଟ୍ରୀରେ କାମ କରୁଥିବା ଜଣେ ବ୍ୟକ୍ତି ନିଜ ପରିବାର ସହ ରହୁଥିଲେ । କିଛି ଦିନ ତଳେ ରାତିରେ ତାଙ୍କ ପତ୍ନୀ ଖାଦ୍ୟ ପ୍ରସ୍ତୁତି ସମୟରେ ଓଠରେ ଲିପଷ୍ଟିକ ଲଗାଇଥିବାର ସେ ଦେଖିଥିଲେ । କିନ୍ତୁ ସକାଳୁ ପତି ଉଠି ଦେଖିଥିଲେ ଯେ, ତାଙ୍କ ପତ୍ନୀଙ୍କ ଓଠରୁ ଲିପଷ୍ଟିକ ପୁରା ଗାଏବ ହୋଇଯାଇଛି । ପତି ପତ୍ନୀଙ୍କୁ ପଚାରିଥିଲେ ତୁମେ ତ ରାତିରେ ମୋ ସାମ୍ନାରେ ଲିପଷ୍ଟିକ ଲଗାଇଥିଲ । ସକାଳୁ କିପରି ତାହା ଗାଏବ ହୋଇଗଲା । ପତ୍ନୀ ଯେତେ ସଫେଇ ଦେଲେ ବି ପତିଙ୍କ ସନ୍ଦେହ ଦୂର ହୋଇ ନ ଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ବଢିବାରେ ଲାଗିଲା । କଥା ଏତେଦୂର ଚାଲିଗଲା ଯେ, ଘଟଣା ଥାନାରେ ଯାଇ ପହଞ୍ଚିଲା ।

ଏହି ଘଟଣାରେ ପତ୍ନୀ କାଉନସେଲର ନିକଟରେ ସଫେଇ ରଖିଛନ୍ତି କି ସେ ରାତିରେ ପତିଙ୍କ ସାମ୍ନାରେ ଲିପଷ୍ଟିକ ଲଗାଇଥିଲେ । କିନ୍ତୁ ଖାଦ୍ୟ ଖାଇ ସାରିବା ପରେ ସେ ବ୍ରଶ କରି ମୁହଁ ଧୋଇ ଶୋଇଥିଲେ । ଫଳରେ ତାଙ୍କ ଲିପଷ୍ଟି ଧୋଇହୋଇ ଯାଇଥିଲା । ଏହାପରେ କାଉନେସଲର ପତିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପତି ବୁଝିବାକୁ ନାରାଜ ।

Get real time updates directly on you device, subscribe now.