ଖୁଲାସା ହେଲା ମାୟାବିନୀର ଷଡ଼ଯନ୍ତ୍ର! ପତିକୁ ଏଡସ୍ ସଂକ୍ରମିତ କରାଇବାକୁ ଚାହୁଁଥିଲା ଏଚଆଇଭି ପୀଡ଼ିତା ପତ୍ନୀ, ସେଥିପାଇଁ ଶାରୀରିକ ସମ୍ବନ୍ଧ ପୂର୍ବରୁ ପ୍ରୋଟେକ୍ସନକୁ ଫିଙ୍ଗି ଦେଉଥିଲା

ନୂଆଦିଲ୍ଳୀ: ଆଜିକାଲି ଅନେକ ଦମ୍ପତ୍ତିଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ପବିତ୍ର ସମ୍ପର୍କ ବଜାୟ ରହୁଥିବା ବେଳେ ଅନେକଙ୍କ କ୍ଷେତ୍ରରେ ଦିନ କେଇଟା ବିଚ୍ଛେଦ ହୋଇଯାଉଛି । ଅନେକ କ୍ଷେତ୍ରରେ କିଛି ପୁରୁଷ ଓ ମହିଳା ପର ପୁରୁଷ ଓ ନାରୀଙ୍କ ପ୍ରତି ଆକୃଷ୍ଟ ହୋଇ ନିଜ ସାଥୀଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି । ତେବେ ଏହା ମଧ୍ୟରେ ରାଜସ୍ଥାନର ଜୋଧପୁରରୁ ଆସିଛି ଛାତି ଥରାଇଦେବା ଭଳି ଏକ ଅମାନବୀୟ ଘଟଣା । ଏଚଆଇଭିରେ ପୀଡ଼ିତ ପତ୍ନୀ ତାଙ୍କ ପତିଙ୍କୁ ଏଡଓ ସଂକ୍ରମିତ କରାଇବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲା । ମାତ୍ର ଶେଷରେ ଉକ୍ତ ମାୟାବିନୀର ସବୁ ଗୁମର ଖୋଲିବା ସହ ମାମଲା ଥାନାରେ ପହଞ୍ଚିଥିଲା ।

ଏହି ଘଟଣାରେ ଯୁବକଙ୍କ ଅଭିଯୋଗ ମୁତାବକ, ଗତ ଜୁଲାଇ ମାସ ୯ ତାରିଖରେ ତାଙ୍କର ବିବାହ ହୋଇଥିଲା । ତେବେ ଶାରୀରିକ ସମ୍ବନ୍ଧ ସମୟରେ ପତ୍ନୀ ନିରୋଧ ବ୍ୟବହାରକୁ ନେଇ ଭଡ଼କି ଉଠିଥିଲେ । ଏପରିକି ପତ୍ନୀ ଜବରଦସ୍ତୀ ନିରୋଧକୁ ହଟାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଯେବେ ବି ଯୁବକ ଜଣଙ୍କ ନିରୋଧ ବ୍ୟବହାର କରି ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ, ସେହି ସମୟରେ ପତ୍ନୀ ତାହାକୁ ଅଗ୍ରାହ୍ୟ କରିଦେଉଥିଲେ । ତେବେ ଏହା ପଛରେ ପତ୍ନୀଙ୍କର ଏକ ବଡ଼ ଚକ୍ରାନ୍ତ ଲୁଚି ରହିଥିଲା । ଯୁବକଙ୍କୁ ଏଡସରେ ସଂକ୍ରମିତ କରିବା ଉଦ୍ଦେଶ୍ୟରେ ପତ୍ନୀ ଏପରି ହରକତ କରୁଥିଲେ ।

ଏହି ମାମଲାରେ କୋର୍ଟଙ୍କ ଆଦେଶ ପରେ ଜୋଧପୁର ପୋଲିସ ମହିଳାଙ୍କ ବିରୋଧରେ ମାମଲା ଦାୟର କରିଛି । ପତ୍ନୀଙ୍କ ଏପରି ବ୍ୟବହାର ଅସହ୍ୟ ହେବାରୁ ଯୁବକ ଜଣଙ୍କ ପତ୍ନୀଙ୍କ ମୋବାଇଲ ଯାଞ୍ଚ କରିଥିଲେ । ତେବେ ପତ୍ନୀଙ୍କ ଫୋନରୁ ତାଙ୍କର ପୁରୁଣ ପୁରୁଷବନ୍ଧୁଙ୍କର ନମ୍ବର ମିଳିଥିଲା । ପରବର୍ତ୍ତୀ ସମୟରେ ଯୁବକ ଜଣଙ୍କ ପତ୍ନୀଙ୍କ ପୁରୁଷ ବନ୍ଧୁଙ୍କ ଫୋନ୍ କରିବା ପରେ ସବୁ ରାଜ୍ ଖୋଲିଥିଲା । ଗତ ୨୦୨୩ରେ ମହିଳା ଜଣଙ୍କର ଏଚଆଇଭିରେ ସଂକ୍ରମିତ ହୋଇଥିବା ପୁରୁଷ ବନ୍ଧୁ କହିଥିଲେ । ଏହାପରେ ମହିଳା ସ୍ୱାମୀଙ୍କର ପାଦତଳୁ ମାଟି ଖସି ଯାଇଥିଲା । ତେବେ ପତ୍ନୀଙ୍କ ପୋଲ ଖୋଲିଯିବା ପରେ ସେ ତାଙ୍କର ବାପ ଘରକୁ ଚାଲିଯାଇଥିଲେ । ପୋଲିସ ଏବେ ଏହି ମାମଲାର ଯାଞ୍ଚ କରୁଛି ।

Get real time updates directly on you device, subscribe now.