fbpx

ବାହାଘର ପରେ ନିଜକୁ ଛୁଇଁବାକୁ ଦେଉନଥିଲେ ପତ୍ନୀ: ହାଇକୋର୍ଟ କହିଲେ-‘ଏହା ସ୍ୱାମୀଙ୍କ ପ୍ରତି କ୍ରୁରତା’

Advertisement

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି ଯେ, ପତ୍ନୀ ଦ୍ୱାରା ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ହେଉଛି ମାନସିକ ନିର୍ଯାତନା ଏବଂ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ସ୍ୱାମୀ ପାଇଁ ଏହା ଛାଡପତ୍ର ପାଇଁ ଏକ ବୈଧ କାରଣ । ସୁଦୀପ୍ତ ସାହା ବନାମ ମୌମିତା ସାହା ମାମଲାର ଶୁଣାଣି ସମୟରେ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ବାତିଲ କରୁଥିବାବେଳେ ହାଇକୋର୍ଟ ଏହା କହିଛନ୍ତି ।

ଜଷ୍ଟିସ୍ ଶିଲ୍ ନାଗୁ ଏବଂ ଜଷ୍ଟିସ୍ ବିନୟ ସରାଫଙ୍କ ଏକ ଡିଭିଜନ୍ ବେଞ୍ଚ ଭୋପାଳରେ ଏକ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ରଦ୍ଧ କରିଦେଇଛି, ଯାହା ନଭେମ୍ବର ୨୦୧୪ ର ବିଚାରରେ ଜଣେ ବ୍ୟକ୍ତିଙ୍କୁ ଛାଡପତ୍ର ଦେବାକୁ ମନା କରିଦେଇଛି , ଯେଉଁଥିରେ ଯୁକ୍ତି ଥିଲା କି ତାଙ୍କ ପତ୍ନୀ ବିନା କୌଣସି ବୈଧ କାରଣରେ ଯୌନ ସମ୍ପର୍କ ରଖିବାକୁ ମନା କରି ଦେଇଛନ୍ତି । ଦୀର୍ଘ ସମୟ ଧରି ସେ ତାଙ୍କୁ ମାନସିକ କ୍ରୁରତାର ଶିକାର କରାଉଛନ୍ତି ।

ବାର୍ ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, କୋର୍ଟ କହିଛନ୍ତି ଯେ ଆମେ ବିଶ୍ୱାସ କରୁ ଯେକୌଣସି ଶାରୀରିକ ଅକ୍ଷମତା କିମ୍ବା ବୈଧ କାରଣ ବିନା ଦୀର୍ଘ ସମୟ ଧରି ଯୌନ ସମ୍ପର୍କକୁ ଏକପାଖିଆ ପ୍ରତ୍ୟାଖ୍ୟାନ କରିବା ମାନସିକ ନିଷ୍ଠୁରତା ହୋଇପାରେ ।

ଏଥିରେ ଉଲ୍ଲେଖ କରାଯାଇଛି ଯେ ପତ୍ନୀ ଜ୧୨ ଜୁଲାଇ ୨୦୦୬ ରେ ବିବାହ କାରିବା ପରଠାରୁ ନେଇ ୨ ଜୁଲାଇ ୨୦୦୬ରେ ସ୍ୱବାମୀ ଭାରତ ଛାଡ଼ିବା ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖି ବିବାହକୁ ସଂପୂର୍ଣ୍ଣ କରିବାକୁ ମନା କରିଦେଇଥିଲେ । ବେଞ୍ଚ କହିଛନ୍ତି ଯେକୌଣସି ବୈଧ କାରଣ ବିନା ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାର ପତ୍ନୀଙ୍କ ଏକପାଖିଆ ନିଷ୍ପତ୍ତି ହେତୁ ଏହି ବିବାହ କେବେ ବି ସମ୍ପୁର୍ଣ୍ଣ ହୋଇପାରିବ ନାହିଁ ।

ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାମୀଙ୍କ ଉକ୍ତ ଯୁକ୍ତି ପରେ ପତ୍ନୀ ମଧ୍ୟ ଏହାକୁ ବିରୋଧ କରିନାହାଁନ୍ତି । ତେଣୁ ସ୍ୱାମୀଙ୍କ ଯୁକ୍ତି ବା ନିବେଦନକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ଏବଂ ଏହାକୁ ଏପରି ଭାବରେ ଗ୍ରହଣ କରାଯିବା ଆବଶ୍ୟକ । ଅଦାଲତ କହିଛନ୍ତି ଯେ, ଫ୍ୟାମିଲି କୋର୍ଟ ଏହା ଭାବିବା ଭୁଲ କି ପତ୍ନୀଙ୍କ ପକ୍ଷରୁ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ବିବାହ ଶେଷ କରିବାର ଆଧାର ହେବ ନାହିଁ ।
ବେଞ୍ଚ ସୂଚାଇ ଦେଇଛି, “ବିବାହର ସମ୍ପୂର୍ଣ୍ଣତା କିମ୍ବା ଶାରୀରିକ ସମ୍ପର୍କର ଅନୁପସ୍ଥିତି ପ୍ରସଙ୍ଗରେ ଆମେ ଫ୍ୟାମିଲି କୋର୍ଟର ନିଷ୍ପତ୍ତି ଗ୍ରହଣ କରିବାକୁ ଅସମର୍ଥ । ପତ୍ନୀଙ୍କ ଏପରି କାର୍ଯ୍ୟକୁ (ବିବାହ ସଂପୂର୍ଣ୍ଣ କରିବାକୁ ମନା କରିବା) ସୁପ୍ରିମକୋର୍ଟ ମାନସିକ ନିର୍ଯାତନା ବୋଲି ବିବେଚନା କରିସାରିଛନ୍ତି ।

Get real time updates directly on you device, subscribe now.