ଘରେ ପଶି ଚାଉଳ ବସ୍ତା ଲୁଟ୍ କଲା ଜଙ୍ଗଲୀ ହାତୀ, ଭିଡିଓ ଭାଇରାଲ
ଘର ଭିତରୁ ଚାଉଳ ବସ୍ତା ଚୋରି କଲା ଜଙ୍ଗଲୀ ହାତୀ। କାହାର କିଛି କ୍ଷତି ନକରି ସୁନା ପିଲା ପରି ପଳେଇଗଲା।
ଚେନ୍ନାଇ: ଘରେ ପଶି ଚାଉଳ ବସ୍ତା ନେଇଗଲା ହାତୀ। କାହାର କିଛି କ୍ଷତି ନକରି ସୁନା ପିଲା ପରି ବସ୍ତା ଧରି ସେଠାରୁ ଚାଲିଗଲା। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଘଟଣା ଘଟିବା ସମୟରେ ଘରେ ଚାରିଜଣ ପ୍ରବାସୀ ଶ୍ରମିକ ଘର ମଧ୍ୟରେ ଥିଲେ। ହେଲେ ହାତୀଟି କାହାର କିଛି କ୍ଷତି କରିନଥିବା ଜଣାପଡ଼ିଛି। ହେଲେ ଗଲାବେଳେ ଏକ ଚାଉଳ ବସ୍ତା ସାଙ୍ଗରେ ନେଇ ଚାଲିଯାଇଛି। ଯାହାର ଭିଡିଓ ଘରେ ଥିବା ଲୋକମାନେ ହିଁ ସୁଟ୍ କରିଛନ୍ତି।
କ’ଣ ହୋଇଥିଲା ସେଦିନ: ଘଟଣାଟି ତାମିଲନାଡ଼ୁର କୋଏମ୍ୱାଟୁର ଜିଲ୍ଲାର ଥେରାକ୍କୁପାଲାୟମ ଅଞ୍ଚଳରେ ଘଟିଛି। ଏକ ଆବାସିକ ଅଞ୍ଚଳକୁ ଏକ ଜଙ୍ଗଲି ହାତୀ ପଶିଆସିଥିଲା।
ହେଲେ ହାତୀଟି କାହାର କିଛି କ୍ଷତି କରିବା ପରିବର୍ତ୍ତେ ଏକ ଘରର ଦ୍ୱାର ଦେଇ ଭିତରକୁ ଯିବାକୁ ଚେଷ୍ଟା କରିଥିଲା। ସେହି ସମୟରେ ଘରେ ଉପସ୍ଥିତ ଥିଲେ ଚାରିଜଣ ଶ୍ରମିକ।
ଯେଉଁମାନେ କି ରୋଷେଇ କରିବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ ହାତୀଟିକୁ ଘରର ଦ୍ୱାର ଭିତରେ ଦେଖି ସେମାନେ ଭୟଭୀତ ହୋଇଯାଇଥିଲେ।
ସୁଧାର ଚୋର: ଜଙ୍ଗଲୀ ଜନ୍ତୁଙ୍କୁ ପାଖରେ ଦେଖିଲେ ଯେ କେହିବି ଭୟଭୀତ ହୋଇଯିବେ। ଏମିତିରେ ବି ହାତୀ ଆକ୍ରମଣରେ ଅନେକଙ୍କ ଜୀବନ ଚାଲିଯିବାର ଘଟଣା ଆମ ନଜରରେ ରହିଛି।
କିନ୍ତୁ ଏଠି ସେପରି କିଛି ଘଟିନଥିଲା। ହାତୀଟି ଘରର ଦ୍ୱାର ପାଖରେ ପ୍ରବେଶ କରିଥିଲା ସତ। କିନ୍ତୁ କାହାର କିଛି କ୍ଷତି କରିନଥିଲା। ଅବଶ୍ୟ ରୋଷେଇ ସାମଗ୍ରୀ ସବୁକୁ ଏଣେତେଣେ ଫୋପାଡି ଦେଇଥିଲା।
ଯାହାକୁ ଘରେ ଥିବା ଲୋକ ମୋବାଇଲରେ ରେକର୍ଡ କରିଥିଲେ। ଯାହା ଭିଡ଼ିଓରୁ ଦେଖାଯାଉଛି କି ଘରେ ଥିବା ଗ୍ୟାସ ଚୁଲା ଓ ସିଲିଣ୍ଡରକୁ ନିଜ ଶୁଣ୍ଢରେ ଫୋପାଡି ଦେଇଛି ହାତୀଟି।
🐘🇮🇳 An elephant makes a surprise visit in Coimbatore, India, grabs a packet of rice, and exits in style! 👀 #Elephant #Coimbatore #India #Viral pic.twitter.com/7Tv5drJiuy
— Live Updates (@LiveupdatesUS) January 19, 2025
କ୍ଷତି କରିବାକୁ ଚାହୁଁନଥିଲା: ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା କି ଜଙ୍ଗଲୀ ଜନ୍ତୁ ହୋଇ ମଧ୍ୟ, ନିଜ ସାମ୍ନାରେ ମଣିଷଙ୍କୁ ଦେଖି ମଧ୍ୟ ସେ କାହାର କିଛି କ୍ଷତି କରିନଥିଲା ବରଂ ନିଜ ସାଥିରେ ଏକ ଚାଉଳ ବସ୍ତା ଧରି ସେଠାରୁ ଚାଲିଯାଇଥିଲା।
ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡରେ ରହିଛି। ଅନେକ ୟୁଜର୍ସ ମଧ୍ୟ ଏହି 43 ସେକେଣ୍ଡର ଭିଡ଼ିଓ ଉପରେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି।