fbpx

ବନ୍ଦ ହୋଇଯିବ କି FASTag ! ଟୋଲ ପ୍ଲାଜାରେ ଜାମରୁ ମିଳିବ ମୁକ୍ତି, NHAIର ବଡ଼ ଘୋଷଣା

Advertisement

ନୂଆଦିଲ୍ଲୀ: ଟୋଲ ପ୍ଲାଜାରେ ଜାମରୁ ମୁକ୍ତି ପାଇଁ FASTag ବ୍ୟବସ୍ଥା ଆରମ୍ଭ କରିଥିଲେ NHAI । ଏହା ସତ୍ତ୍ୱେ ଟୋଲ ପ୍ଲାଜାରେ ଲମ୍ବା ଲାଇନ୍‌କୁ ନେଇ ବିଶୃଙ୍ଖଳା, ଓ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି NHAI ଇଲେକ୍ଟ୍ରୋନିକ୍ ଟୋଲ ସଂଗ୍ରହ ସିଷ୍ଟମ୍ ଲାଗୁ କରିବାକ ପାଇଁ ସମଗ୍ର ଦେଶରୁ ଟେଣ୍ଡର ଏବଂ EOI ଆମନ୍ତ୍ରିତ କରାଯାଇଛି । ଏହା ଦ୍ୱାରା ଦେଶର କୌଣସି ଜାତୀୟ ରାଜପଥରେ ଅଟକିବାର ସମସ୍ୟା ରହିବ ନାହିଁ ଏବଂ ବିନା କୌଣସି ବିଳମ୍ବରେ ଆପଣ ଗନ୍ତବ୍ୟ ସ୍ଥଳକୁ ସୁବିଧାରେ ପହଞ୍ଚି ପାରିବେ ।

ରିପୋର୍ଟରୁ ପ୍ରକାଶ ଯେ NHAI, ଫାସଟ୍ୟାଗ୍ ମାଧ୍ୟମରେ ଟିକସ ସଂଗ୍ରହ ସମୟରେ ଯାତ୍ରୀଙ୍କୁ ହେଉଥିବା ଅସୁବିଧାରୁ ମୁକ୍ତ କରିବା ପାଇଁ ଟୋଲ ପ୍ଲାଜାରେ IT ବ୍ୟବସ୍ଥା ଏବଂ ହାର୍ଡ଼ୱେୟାର ନିୟୋଜନରେ ଏକ ବଡ଼ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ ପାଇଁ ଏଜେନ୍ସୀ ଅଭିଜ୍ଞତା ଥିବା କମ୍ପାନୀଗୁଡ଼ିକୁ ସୁଯୋଗ ଦେବ । ଏହି କାର୍ଯ୍ୟ ପାଇଁ ଟେଣ୍ଡର ପାଇଥିବା କମ୍ପାନୀକୁ ବାଧ୍ୟତାମୂଳକ ଭାବେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡାଇଜେସନ୍ ଟେଷ୍ଟିଂ ଏବଂ କ୍ୱାଲିଟି ସାର୍ଟିଫିକେଟ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରମାଣିତ ନିର୍ମାତାଙ୍କ ଠାରୁ କ୍ରୟ କରିବାକୁ ପଡ଼ିବ । NHAI ଏକ ଅଧିକାରିକ ବିଜ୍ଞପ୍ତିରେ କହିଛି କି ଗ୍ଲୋବାଲ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ(GNSS) ଆଧାରିତ ଜାତୀୟ ରାଜପଥରେ ଯାତ୍ରୀଙ୍କୁ ନ ଅଟକାଇ ଟୋଲ ସଂଗ୍ରହର ଉତ୍କୃଷ୍ଟ ଅନୁଭୂତି ଦେବ । ଟୋଲ ପରିଚାଳନା ପାଇଁ ଦାୟୀ NHAI ର ୟୁନିଟ୍ IHMCL ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ କାମ କରିବା ପାଇଁ କମ୍ପାନୀ ପାଖରେ ଏଣ୍ଟିନା ସହ RFID ରିଡର, ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର, ଟୋଲ ଲେନ୍ କଣ୍ଟ୍ରୋଲର ଏବଂ ଟୋଲ ପ୍ଲାଜା ସର୍ଭର ସହ ଏହାର ସମସ୍ତ ଉପକରଣ ପାଇଁ ପ୍ରମାଣପତ୍ର ଅନିବାର୍ଯ୍ୟ ହେବ । ଅପରପକ୍ଷରେ ସିଷ୍ଟମ ଇଣ୍ଟିଗ୍ରେଟରମାନଙ୍କୁ IHMCLକୁ ଏକ ପ୍ରତିଶ୍ରୁତି ଦେବାକୁ ପଡ଼ିବ ଯେ ଯଦି ସେମାନଙ୍କୁ ଦିଆଯାଇଥିବା ଉପକରଣ କାରଣରୁ କୌଣସି ଟୋଲ ପ୍ଲାଜରେ ତୃଟି ଦେଖାଦିଏ ତେବେ ପ୍ୟାନେଲକୁ ତୁରନ୍ତ ସସପେଣ୍ଡ କରିବା ସହ ଏହାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ଜବତ କରିବାକୁ ଏଜେନ୍ସୀର ଅଧିକାର ରହିଛି ।

Get real time updates directly on you device, subscribe now.