fbpx

ପ୍ରଭାସଙ୍କ ‘ବାହୁବଳୀ’କୁ କଡ଼ା ଟକ୍କର ଦେବ JR NTRଙ୍କ ‘ଦେବରା’! କରଣ ଜୋହର କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ଧିରେ ଧିରେ ହିନ୍ଦୀ ସିନେମା ଦୁନିଆରେ ପାଦ ଥାପିଲାଣି। ପ୍ରଭାସ ଏବଂ ଜୁନିୟର ଏନଟିଆରଙ୍କ ଭଳି ସାଉଥ ସୁପରଷ୍ଟାରଙ୍କ ଫିଲ୍ମ ହିନ୍ଦୀ ଭର୍ଜନରେ ଫ୍ୟାନ୍ସକୁ ପସନ୍ଦ ଆସୁଛି। ଏହି ତାଲିକାରେ ବାହୁବଳୀ, ଆରଆରଆର ଏବଂ କଳ୍କି ଏଡି ୨୮୯୮ ଭଳି ହାଇ ବଜେଟ ଫିଲ୍ମରେ ସାମିଲ ଅଛି।

ବର୍ତ୍ତମାନ କରଣ ଜୋହାର ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମ ‘ଦେବରା’ର ହିନ୍ଦୀ ଡବିଙ୍ଗର ପ୍ରଭାସଙ୍କ ‘ବାହୁବଳୀ’କୁ ପଛରେ ପକାଇବା କ୍ଷମତାରେ ନିଜ ବିଚାରକୁ ରଖିଛନ୍ତି। ବଲିଉଡରେ ଜଣେ ପ୍ରମୁଖ ବ୍ୟକ୍ତି, ଜୋହର ଫିଲ୍ମର ସମ୍ଭାବନାମାନ ଏବଂ ଏନଟିଆର ଜୁନିଅରଙ୍କ ବଢୁଥିବା ଲୋକପ୍ରିୟତା ବିଷୟରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି।

କରଣ ଜୋହର ଏହି କଥାକୁ ନେଇ ଦାବି କରିଛନ୍ତି ଯେ, ଜୁନିୟର ଏନଟିଆର ଲଗାତାର ହିନ୍ଦୀ ଭାଷାରେ ନିଜ ଲୋକପ୍ରିୟତା ହାସଲ କରୁଛନ୍ତି। ଆରଆରଆରରେ ତାଙ୍କ ଅଭିନୟ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି। ଯେଉଁଥିରେ ଦେବରା ରେ ତାଙ୍କୁ ସଫଳତା ମିଳିପାରେ। ଜୋହରଙ୍କ ଅନୁସାରେ, ଏନଟିଆର ଜୁନିୟରଙ୍କ ଦମଦାର ଆକ୍ଟିଙ୍ଗ ଏବଂ ତାଙ୍କ ଡାୟଲଗ ଡେଲିଭରୀ ଫ୍ୟନ୍ସଙ୍କୁ ଦିୱାନା କରିଛି।

କରଣ ଆଗକୁ ଆହୁରି କହିଛନ୍ତି ଯେ, ଜୁନିୟର ଏନଟିଆର ଏକ ଅଭିନେତା, ଯାହାଙ୍କ ସ୍କ୍ରିନ ଉପରେ ତାଙ୍କର ଉପସ୍ଥିତି ଅବିଶ୍ୱସନୀୟ। ଆରଆରଆରରେ ତାଙ୍କ ଭୁମିକା କେବଳ ଏକ ଝଲକ ଥିଲା ଯେ, ସେ କଣ କରିପାରିବେ, ଏବଂ ମୋ ଅନୁଯାୟୀ, ଦେବରା ତାଙ୍କ ପ୍ରତିଭାକୁ ଆହୁରି ଅଧିକ ଉଜାଗର କରିବ। ଦେବରାକୁ ନେଇ ଉତ୍ସୁକତା ସ୍ପଷ୍ଟ ଦେଖାଯାଉଛି ଯେ; ପ୍ରଶଂସକ ଧର୍ଯ୍ୟର ସହ ରିଲିଜର ଅପେକ୍ଷା କରିଛନ୍ତି।

Get real time updates directly on you device, subscribe now.