fbpx

ସାନ ଭଉଣୀର ବାହାଘରକୁ ଆସିବେନି କି ପ୍ରିୟଙ୍କା ଚୋପ୍ରା? ଦେଖନ୍ତୁ ସେ ପୋଷ୍ଟ କରି କ’ଣ କହିଛନ୍ତି…

ଓଡିଶା ଭାସ୍କର; ରବିବାର ରାଜସ୍ଥାନ ଉଦୟପୁରରେ ହେବ ଚଳିତବର୍ଷର ବହୁ ଚର୍ଚ୍ଚିତ ବାହାଘର । ରାଜନେତା ରାଘବ ଚଡ୍ଡାଙ୍କ ହାତ ଧରିବେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଡେଷ୍ଟିନେସ ୱେଡିଂ ପାଇଁ ରାଜସ୍ଥାନ ଉଦୟପୁରକୁ ବାଛିଛନ୍ତି ରାଘବ ଓ ପରିଣୀତି । ଏହା ଭିତରେ ବିବାହରେ ଯୋଗଦେବା ପାଇଁ ସମସ୍ତ ସମ୍ପର୍କୀୟ ଉଦୟପୁରରେ ପହଞ୍ଚିଛନ୍ତି। ବିବାହ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଛି । କିନ୍ତୁ ଏହି ବିବାହରେ ଜଣେ ଯୋଗ ଦେବେ କି ନାହିଁ ତା’କୁ ନେଇ ଏବେ ବି କଳ୍ପନା ଜଳ୍ପନା ଲାଗି ରହିଛି ।

ତେବେ ଏହି ବିବାହରେ ପରିଣୀତି ଚୋପ୍ରାଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଚୋପ୍ରା ଯୋଗ ଦେବେ ନାହିଁ ବୋଲି କୁହାଯାଉଛି । କାରଣ ବିବାହରେ ଯୋଗଦେବା ପାଇଁ ପ୍ରିୟଙ୍କା ଏପର୍ଯ୍ୟନ୍ତ ଭାରତ ଆସିନାହାଁନ୍ତି । ହେଲେ ପ୍ରିୟଙ୍କା ତାଙ୍କ ସାନ ଭଉଣୀକୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ପୋଷ୍ଟରୁ ହିଁ ଜଣାପଡିଛି ଯେ ପ୍ରିୟଙ୍କା ବିବାହ ଉତ୍ସବରେ ଯୋଗଦେବେ ନାହିଁ । ପ୍ରିୟଙ୍କା ତାଙ୍କ ଇନଷ୍ଟା ଷ୍ଟୋରୀରେ ପରିଣୀତିଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ଭଉଣୀର ଫଟୋ ସେୟାର କରିଥିବାବେଳେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଭଉଣୀଙ୍କ ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି, ମୁଁ ଆଶା କରେ ତୁମେ ତୁମର ବଡ ଦିନରେ ଖୁସି ଏବଂ ସନ୍ତୁଷ୍ଟ ହେବ… ଢେର ସାରା ଭଲ ପାଇବା।

ତେବେ ଭଉଣୀଙ୍କ ବିବାହ ଆଗରୁ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣେଇବାର ଅର୍ଥ ହେଉଛି ସେ କୌଣସି ଏକ କାରଣକୁ ନେଇ ବୋଧ ହୁଏ ବିବାହରେ ଯୋଗଦେଇ ପାରିବେ ନାହିଁ । ତେବେ ସାନ ଭଉଣୀଙ୍କ ପାଇଁ ପ୍ରିୟଙ୍କା ଏହି ପୋଷ୍ଟ କରିଛନ୍ତି;

ସୂଚନା ଥାଉକି, ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ସିଙ୍ଗର ନିକ ଜୋନାସ ତାଙ୍କ ଝିଅ ମାଳତି ମେରିଙ୍କ ସହ ବିଦେଶରେ ଅଛନ୍ତି । ଶନିବାର ସକାଳେ ପିସି ତାଙ୍କ ଇନଷ୍ଟାଗ୍ରାମରେ ମାଳତିଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପ୍ରଶଂସକଙ୍କୁ ‘ଫାର୍ମ ଲାଇଫ’ର ଆନନ୍ଦ ନେଉଥିବା ଏକ ଝଲକ ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.