fbpx

ଆୟକର ଦାତାଙ୍କ ଲାଗି ଖୁସି ଖବର: ବଢିିବ ଆୟକର ଛାଡ ସୀମା, ଜାଣନ୍ତୁ ଏଥର ବଜେଟ୍‌ରେ କାହାକୁ ମିଳିପାରେ ଫାଇଦା

Advertisement

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃୟାରୀ ୧ ତାରିଖରେ ଅନ୍ତରୀଣ ବଜେଟ୍‌୍ ଉପସ୍ଥାପନ କରିବେ । ଅଖିଳ ଭାରତୀୟ ଟିକସ ବିଶେଷଜ୍ଞ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ନାରାୟଣ ଜୈନ କହିଛନ୍ତି, ଏହା ଏକ ଅନ୍ତରୀଣ ବଜେଟ୍ ହେବ । କିନ୍ତୁ ଏଥିରେ ପୂର୍ଣ୍ଣ ବଜେଟ୍ ଲାଗି କିଛି ସଂକେତ ରହିବ । ଧାରା ୮୭ଏ ଜରିଆରେ ବ୍ୟକ୍ତିଗତ ଟିକସଦାତାଙ୍କୁ ଏଥର କିଛି ବଡ ରିହାତି ମିଳିବ । ଏହା ଜରିଆରେ ମୋଟ ଟିକସ ଛାଡ ସୀମା ୭ ଲକ୍ଷରୁ ବୃଦ୍ଧି କରାଯାଇ ୮ ଲକ୍ଷ ଟଙ୍କା କରାଯିବ ।

ଏହା ବ୍ୟତିତ ଭାରତ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଏନ.ଜି.ଖେତାନ କହିଛନ୍ତି କ୍ଷୁଦ୍ର ଓ ମଧ୍ୟମ ଧରଣର କମ୍ପାନୀଙ୍କୁ ସମାନ ଫାଇଦା ଦେବା ପାଇଁ ସହଭାଗୀତା ଓ ସୀମିତ ଦାୟିତ୍ୱ ପାର୍ଟନରସିପ୍ ସହ ଦୀର୍ଘକାଳୀନ ଟିକସ ନୀତି ଓ ସମାନତାର ଆବଶ୍ୟକତା ରହିଛି । ସେ କହିଛନ୍ତି ଏମଏସଏମଇ ଉପରେ ଅଧିକ ଟିକସ ଲଗାଯାଉଛି ଯେତେବେଳେ କି ଦେଶରେ ଜିଡିପି ଓ ରୋଜଗାର ବୃଦ୍ଧି ଦିଗରେ ଏହାର ବହୁତ ବଡ ଯୋଗଦାନ ରହିଛି । ସେହିପରି ଫିକ୍କି ମହିଳା ସଂଗଠନର ଅଧ୍ୟକ୍ଷ ରାଧିକା ଡାଲମିଆ କହିଛନ୍ତି ମହିଳା ଉଦ୍ୟୋଗୀଙ୍କ ଲାଗି ଏହି ବଜେଟରେ ଟିକସରେ ଅଧିକ ରିହାତି ମିଳିପାରେ ।

ଗତ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଆର୍ଥିକ ବର୍ଷ ୨୦୨୭-୨୮ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ୍ତ ଅର୍ଥବ୍ୟବସ୍ଥା କରିବାକୁ ପ୍ରତ୍ୟେକ ଭାଗିଦାରୀଙ୍କ ସହଯୋଗର ଆବଶ୍ୟକତା ରହିଛି । ଏଥିପାଇଁ ଭାରତର ଜିଡିପିକୁ ୫,୦୦୦ ଅରବ ଡଲାର ପାର କରିବାକୁ ହେବ ।

Get real time updates directly on you device, subscribe now.