fbpx

ମା’ଙ୍କ ଖରାପ ସ୍ୱାସ୍ଥ୍ୟ ପାଇଁ ଘରକୁ ଚାଲିଗଲେ ଅଶ୍ୱିନ: ଏବେ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିବ ଟିମ୍ ଇଣ୍ଡିଆ? ICCର ନିୟମ କ’ଣ କହୁଛି

ନୂଆଦିଲ୍ଲୀ: ମେଡିକାଲ ଏମର୍ଜେନ୍ସି କାରଣରୁ ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିବା ପରେ ଏବେ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଅଶ୍ୱିନ ତୃତୀୟ ଟେଷ୍ଟରୁ ଓହରିଯାଇଥିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦିଆଯାଇଛି । ତେବେ ଏପରି ସ୍ଥିତିରେ ଟିମ୍ ଇଣ୍ଡିଆ କ’ଣ କରିବ । ଭାରତ ୧୦ ଜଣ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ କି?

ରାଜକୋଟ ଟେଷ୍ଟରେ ୫୦୦ ୱିକେଟ ନେଇ ଇତିହାସ ରଚିବା ପରେ ଅଶ୍ୱିନଙ୍କ ସହ ଏପରି ଘଟିବ ବୋଲି କେହି କେବେ କଳ୍ପନା କରିନଥିଲେ । ଅଶ୍ୱିନଙ୍କ ଅଭାବ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ । ମା’ଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଥିବା କାରଣରୁ ଅଶ୍ୱିନ ଘରକୁ ଚାଲିଯାଇଛନ୍ତି । ଅଶ୍ୱିନ ରାଜକୋଟରୁ ଚେନ୍ନାଇ ଅଭିମୁଖେ ବାହାରି ଯାଇଛନ୍ତି । ତେବେ ଯଦି ଅଶ୍ୱିନ ନ ଫେରନ୍ତି ତେବେ ଏହି ଟେଷ୍ଟର ଅବଶିଷ୍ଟ ଦିନମାନଙ୍କରେ ଭାରତ କେବଳ ୧୦ ଜଣ ଖେଳାଳିଙ୍କୁ ଖେଳାଇ ପାରିବ ବୋଲି କୁହାଯାଉଛି ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ନିୟମ ମୁତାବକ, ଏଭଳି ସ୍ଥିତିରେ ଅମ୍ପାୟାରଙ୍କ ଅନୁମତି ପରେ କେବଳ ଜଣେ ମାତ୍ର ବଦଳ ଖେଳାଳିଙ୍କୁ ପଡ଼ିଆକୁ ଦଳ ଓହ୍ଲାଇ ପାରିବ । ଜଣେ ଖେଳାଳି ଆହତ ହେବା ବା ବୀମାର ହେବା କ୍ଷେତ୍ରରେ ଆଉ ଜଣେ ଖେଳାଳି ପଡ଼ିଆକୁ ବଦଳ ଖେଳାଳି ଭାବେ ଆସିବା କ୍ଷେତ୍ରରେ ଅମ୍ପାୟାର ସନ୍ତୁଷ୍ଟ ହେବା ଦରକାର । ଅନ୍ୟ କୌଣସି କାରଣ ବଦଳ ଖେଳାଳିଙ୍କୁ ଅନୁମତି ନାହିଁ । ତେବେ ଏହି ବଦଳ ଖେଳାଳି ବୋଲିଂ କରିପାରିବେ ନାହିଁ ।

Get real time updates directly on you device, subscribe now.