fbpx

IPLରୁ ବାଦ ପଡିବେ କି ଚେନ୍ନାଇ ଅଧିନାୟକ? ଜାଡେଜାଙ୍କ ସହ ଏମିତି କାମ କଲା CSK

ମୁମ୍ବାଇ: ପୁଣି ଚେନ୍ନାଇକୁ ଲାଗିଛି ଆଉ ଏକ ଝଟକା । ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଖେଳାଳିଙ୍କ ଆହତ ସମସ୍ୟା । ଦୀପକ ଚହର, ଆଡାମ ମିଲନେ ଆଉ ଏବେ ନିଜେ ଅଧିନାୟକ । ଚଳିତ ସିଜନରେ ଆହତ ସମସ୍ୟା ସହ ସଂଘର୍ଷ କରି ଚାଲିଛି ୟେଲୋ ଆର୍ମି । ଜଣକ ପରେ ଜଣେ ଖେଳାଳିଙ୍କୁ ହରାଇ ଧିରେ ଧିରେ ପ୍ଲେଅଫରୁ ବିଦା ହେବା ପରିସ୍ଥିତିରେ ଠିଆ ହୋଇଛି ଚେନ୍ନାଇ । ଠିକ ସେମିତି, ଯେମିତି ୨ ବର୍ଷ ତଳେ IPL ୨୦୨୦ରେ ଘଟିଥିଲା ।

IPL 2020 Focus - Chennai Super Kings: A Look At MS Dhoni's CSK Before  Players' Auction

୨୦୨୦ ପରି ୨୦୨୨ ମଧ୍ୟ ଚେନ୍ନାଇ ପାଇଁ ପାଲଟିଛି ଏକ ଦୁଃସ୍ୱପ୍ନ । ଖେଳାଳିଙ୍କ ଅନୁପସ୍ଥିତି ଆଉ ଆହତ ସମସ୍ୟା ଆଜି ଦଳକୁ ଟୁର୍ଣ୍ଣାମେଣ୍ଟରୁ ପ୍ରାୟତଃ ଏଲିମିନେଟ କରିଦେଇଛି । ପ୍ରଥମେ ଦୀପକ ଚହର, ଆଡାମ ମିଲନେ ଆଉ ଏବ ସିଜନର ପ୍ରଥମ ଅଧିନାୟକ ରବିନ୍ଦ୍ର ଜାଡେଜା । ଦଳର ୨ ମେନ ବୋଲର ପୂର୍ବରୁ ବାଦ ପଡିଥିବା ବେଳେ ଏବେ ଜାଡେଜାଙ୍କୁ ନେଇ ଦେଖାଦେଇଛି ଆଶଙ୍କା । ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ଜାଡେଜା ଏବେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଜାଡେଜାଙ୍କ ବିନା ମଇଦାନକୁ ଆସିଥିଲା ସିଏସକେ । ତେବେ ଏହି ଆଘାତ କାରଣରୁ ତାଙ୍କର ବାକି ୩ଟି ମ୍ୟାଚ ଖେଳିବା ନେଇ ପ୍ରଶ୍ନ ଉଠିଛି ।

IPL 2022: Ravindra Jadeja injures RIB trying to take a catch - Watch

ସେପଟେ ଏହାକୁ ନେଇ ଅନେକ ଗୁଜବ ମଧ୍ୟ ଆରମ୍ଭ ହୋଇଗଲାଣି । ଜାଡେଜାଙ୍କୁ ସୋଶିଆଲ ମିଡିଆରୁ ଚେନ୍ନାଇ ଅନଫଲୋ କରିଛି ବୋଲି ଆଲୋଚନା ହେଉଛି । ତେବେ ଏହାର କାରଣ ଚଳିତ ସିଜନରେ ଜାଡେଜାଙ୍କ ପ୍ରଦର୍ଶନ । ଅଧିନାୟକ ଭାବରେ କିମ୍ବା ଜଣେ ଅଲରାଉଣ୍ଡର ଭାବରେ ସବୁଥିରେ ନିରାଶ କରିଛନ୍ତି ଜାଡେଜା । ଫଳରେ ସିଜନ ଅଧାରୁ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ବେଳେ ଏବେ ଦଳରୁ ବାଦ ପଡିଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରକୃତ ଘଟଣା କଣ ସେ ନେଇ ସ୍ପଷ୍ଟ ହୋଇନି ।

Get real time updates directly on you device, subscribe now.