fbpx

ସରକାର ଦେବେ Free Internet? ସବୁ ୟୁଜରଙ୍କ ପାଇଁ ବଡ଼ ନିଷ୍ପତ୍ତି… ଜାଣନ୍ତୁ ଚର୍ଚ୍ଚାର ବିଷୟ

ନୂଆଦିଲ୍ଲୀ: ମୋବାଇଲ ରିଚାର୍ଜ ପ୍ଲାନ ବଢିବା ପରେ ଲୋକଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି ଏୟାରଟେଲ ଏବଂ ଜିଓ ନେଟୱର୍କ ୟୁଜର କମ୍ପାନୀ ଉପରେ ଖୁବ ଅସନ୍ତୋଷ ଜାହିର କରିଛନ୍ତି । ଏହାଭିତରେ ସରକାର ସମସ୍ତଙ୍କୁ ମାଗଣା ଇଣ୍ଟରନେଟ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତ୍ୟେକ ନାଗରିକଙ୍କୁ ମାଗଣା ଇଣ୍ଟରନେଟର ଅଧିକାର ଦେବା ନେଇ ଏକ ଘରୋଇ ବିଲ୍ ଉପରେ ବିଚାରକୁ ଅନୁମୋଦନ ଦେଇଛନ୍ତି ସରକାର । ଏକ ମହତ୍ ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି । ପଛୁଆ ସ୍ଥାନ ଗୁଡ଼ିକରେ ସୁବିଧା ସୁଯୋଗ ପହଞ୍ଚାଇବା ଏହି ପ୍ରସ୍ତାବର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଦେଶର ପଛୁଆ ତଥା ଦୁର୍ଗମ ଅଞ୍ଚଳରେ ସମସ୍ତ ସୁବିଧା ସୁଯୋଗ ସମାନ ଭାବରେ ପହଞ୍ଚାଇବା ପାଇଁ ମାଗଣା ଇଣ୍ଟରନେଟ ବ୍ୟବସ୍ଥା କରୁଛନ୍ତି ସରକାର । ଏହି ବିଲରେ କୁହାଯାଇଛି ଯେ, ଇଣ୍ଟରନେଟ ସେବା ଏଠାରେ ପହଞ୍ଚିବାରେ କୌଣସି ନାଗରିକଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ସୂଚନା ଅନୁସାରେ, ଦୂରସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟସଭାର ମହାସଚିବଙ୍କୁ କହିଛନ୍ତି ଯେ, ରାଷ୍ଟ୍ରପତି ଏହି ବିଲ୍ ଉପରେ ବିଚାର କରିବା ପାଇଁ ଗୃହକୁ ସୁପାରିଶ କରିଛନ୍ତି । ଏପରି ବିଲ୍ ଗୃହ ଦ୍ୱାରା ବିଚାର କରାଯାଇପାରିବ କି? ସରକାରୀ ଟ୍ରେଜେରୀରୁ ଖର୍ଚ୍ଚ ସହିତ ଜଡିତ ବ୍ୟକ୍ତିଗତ ସଦସ୍ୟଙ୍କ ବିଲ୍ ସଂପୃକ୍ତ ମନ୍ତ୍ରଣାଳୟ ମାଧ୍ୟମରେ ରାଷ୍ଟ୍ରପତିଙ୍କ ସହମତି ଆବଶ୍ୟକ ହୋଇଥାଏ ।

ଏହି ବିଲରେ ଦର୍ଶାଯାଇଛି ଯେ, ପ୍ରତ୍ୟେକ ନାଗରିକଙ୍କୁ ମାଗଣା ଇଣ୍ଟରନେଟ୍ ସୁବିଧା ମିଳିବାର ଅଧିକାର ରହିବ। ଏହାସହିତ ସରକାର ସମସ୍ତ ନାଗରିକଙ୍କ ପାଇଁ ଇଣ୍ଟରନେଟ ସାର୍ବଭୌମିକ ସ୍ତରରେ ପହଞ୍ଚିବା ଆବଶ୍ୟକ । ସ୍ୱତନ୍ତ୍ର ଉପାୟରେ ଦେଶର ବିଭିନ୍ନ ପଛୁଆ ତଥା ଦୁର୍ଗମ ଅଞ୍ଚଳରେ ସମସ୍ତ ନାଗରିକଙ୍କୁ ଇଣ୍ଟରନେଟ ମଧ୍ୟ ପ୍ରଦାନ କରାଯିବ । ଦେଶର ସମ୍ବିଧାନିକ ଅଧିକାର ଅନୁସାରେ ପଛୁଆ ଏବଂ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ମାଗଣାରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବା ଉଚିତ୍ । ଏହାଦ୍ୱାରା ସେମାନେ ମଧ୍ୟ ନିଜ ମାନବାଧିକାରର ସ୍ୱତନ୍ତ୍ରତା ଏବଂ ନିଜ ଅଧିକାର ସାବ୍ୟସ୍ତ କରିବା ସହ ଏହାର ଫାଇଦା ଉଠାଇବା ପାଇଁ ଇଣ୍ଟରନେଟ ବ୍ୟବହାର କରିବାରେ ସକ୍ଷମ ହୋଇପାରିବେ ।

Get real time updates directly on you device, subscribe now.