fbpx

ଉତ୍ତରପ୍ରଦେଶରେ ହେବକି ବଡ଼ ପରିବର୍ତ୍ତନ ? RSS ଏବଂ BJP ବୈଠକକୁ ନେଇ ବଢ଼ୁଛି ଉତ୍କଣ୍ଠା, ବୈଠକରେ ଏହି ନେତା ହେବେ ସାମିଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜାରି ରହଛି ରାଜନୈତିକ ହଲଚଲ । ଏଥିମଧ୍ୟରେ ଜୁଲାଇ ୨୦ ଏବଂ ୨୧ରେ ଲକ୍ଷ୍ନୌରେ RSS ଏବଂ BJP ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । RSSର ଜଏଣ୍ଟ ଜେନେରାଲ ସେକ୍ରେଟେରୀ ଅରୁଣ କୁମାରଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ସରକାର ଏବଂ ସଂଗଠନର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିିତ ରହିବେ । ତେବେ ୟୁପିରେ ବଡ଼ ପରିବର୍ତ୍ତନର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ୫ ଜଣ ପ୍ରମୁଖ ଚେହେରାଙ୍କୁ ଲକ୍ଷ୍ନୌରେ ରହିବା ପାଇଁ କୁହାଯାଇଛି ।

ଉତ୍ତରପ୍ରଦେଶରେ ୧୦ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବାକୁ ଥିବା ବେଳେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ବୈଠକରେ ସରକାର ଏବଂ ସଂଗଠନ ମଧ୍ୟରେ ସମନ୍ୱୟ ଏବଂ ୟୁପିର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇପାରେ । ମିଟିଂର ଗୁରୁତ୍ୱକୁ ଦୃଷ୍ଟିରେ ରଖି ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ବୈଠକରେ ସାମିଲ ହେବାକୁ ଥିବା ୫ ଜଣ ପ୍ରମୁଖ ନେତା ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ, ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ଏବଂ ସଂଗଠନ ମହାମନ୍ତ୍ରୀ ଧର୍ମପାଳ ସିଂହ ।

 

Get real time updates directly on you device, subscribe now.