fbpx

ଓଡିଶାରେ ଲାଗିବ କି ଆଉ କିଛି ନୂଆ କଟକଣା! ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା । ଏହାରି ମଧ୍ୟରେ ଆଜି କରୋନା ସ୍ଥିତି ସମୀକ୍ଷା କରିବାକୁ ଯାଉଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟା ୩୦ରେ କରୋନା ସ୍ଥିତି ସମୀକ୍ଷା କରିବେ ନବୀନ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାପାଳଙ୍କ ସହ କଥା ହେବେ । ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା ପରେ ରାଜ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.