fbpx

ଭାରତରେ X ହେବ କି ବ୍ୟାନ୍‌ ? ଏଲନ୍ ମସ୍କ ପର୍ଣ୍ଣ ଲୋଡ୍ କରିବାକୁ ଅନୁମତି ଦେବା ପରେ ବଢୁଛି ଚର୍ଚ୍ଚା

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏହାର ପଲିସି ଅପଡେଟ୍ କରିଛି । ଏଲନ୍ ମସ୍କ ଏହି ପ୍ଲାଟଫର୍ମରେ ଆଡଲ୍ଟ ଅର୍ଥାତ୍ ପର୍ଣ୍ଣ କଣ୍ଟେଣ୍ଟ ପୋଷ୍ଟିଂକୁ ମଞ୍ଜୁରୀ ଦେଇଛନ୍ତି । ଏଲନ୍ ମସ୍କ ନିଜେ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ବିଶେଷକରି ଇନଷ୍ଟାଗ୍ରାମରେ ନ୍ୟୁଡିଟିକୁ ପ୍ରମୋଟ୍ କରାଯାଉଛି ବୋଲି ଅଭିଯୋଗ ଲଗାଇ ଆସୁଥିଲେ । ଏବେ ସେ ନିଜ ପ୍ଲାଟଫର୍ମରେ ଆଡଲ୍ଟ କଣ୍ଟେଣ୍ଟ ପୋଷ୍ଟିଂକୁ ଅନୁମତି ଦେଇଛନ୍ତି ।

ଏହି କଣ୍ଟେଣ୍ଟ କେଉଁମାନେ ଦେଖିପାରିବେ ଓ କେଉଁମାନେ ଦେଖିପାରିବେନି ଏହାକୁ ନେଇ କମ୍ପାନୀ ଗାଇଡ୍‌ଲାଇନ୍ ବି ଜାରି କରିଛି । ତେବେ ଏକ୍ସରେ ଆଡଲ୍ଟ କଣ୍ଟେଣ୍ଟ ବ୍ୟାନ୍ ପରେ ଏବେ ପ୍ରଶ୍ନ ଉଠୁଛି କି ଭାରତରେ କ’ଣ ଏକ୍ସକୁ ବ୍ୟାନ କରାଯିବ । କାରଣ ଭାରତରେ ପର୍ଣ୍ଣ ୱେବସାଇଟ୍ ବ୍ୟାନ୍ ଅଟେ । ତେଣୁ ଆଡଲ୍ଟ କଣ୍ଟେଣ୍ଟ ପରସୁଥିବା ଏକ୍ସ ଭାରତରେ କିପରି କାମ କରିବ ।

ଗତ ସପ୍ତାହରେ ଶନିବାର ଏକ୍ସରେ ନ୍ୟୁଡିଟି ସହ ଜଡିତ ଏକ ହ୍ୟାସଟ୍ୟାଗ୍ ଟ୍ରେଣ୍ଡ ହେବାର ଦେଖାଦେଇଥିଲା । ଯେଉଁଦିନ ଭାରତରେ ସାଧାରଣ ନିର୍ବାଚନର ଏକଜିଟ୍ ପୋଲ୍ ଆସିଥିଲା ସେହିଦିନ ସକାଳରୁ କିଛି ଘଣ୍ଟା ପର୍ଯ୍ୟନ୍ତ ଏକ୍ସରେ ନ୍ୟୁଡିଟି ବାଲା ୱାର୍ଡ ଟ୍ରେଣ୍ଡ କରୁଥିଲା । ନ୍ୟୁଡିଟି ବାଲା ଏହି ୱାର୍ଡର ପ୍ରାୟ ୪୦ ଲକ୍ଷ ହ୍ୟାସଟ୍ୟାଗ ବି ବ୍ୟବହାର କରାଯାଇଛି । ଏହି ହ୍ୟାସଟ୍ୟାଗରେ କ୍ଲିକ୍ କଲାପରେ ଏକ ଅଶ୍ଳୀଳ ଆକାଉଣ୍ଟ ସାମ୍ନାକୁ ଆସୁଥିଲା । ଏହି ଅଶ୍ଳୀଳ ଆକାଉଣ୍ଟ ଭେରିଫାଏ ବି ହୋଇଥିଲା । ଏହାର ଲାଟେଷ୍ଟ ପୋଷ୍ଟରେ ବି ଲଗାତର ଅଶ୍ଲୀଳ ହ୍ୟାସଟ୍ୟାଗ ସହିତ କଣ୍ଟେଣ୍ଟ ଦେଖିବାକୁ ମିଳିଥିଲା । ବହୁ ସମୟ ପର୍ଯ୍ୟନ୍ତ ଏହା ଭାରତରେ ଟପ୍‌ରେ ଟ୍ରେଣ୍ଡ କରିବା ପରେ ପରବର୍ତ୍ତୀ ସମୟରେ ଏହାକୁ ହଟାଇ ନିଆଯାଇଥିଲା । ଏହି ଆକାଉଣ୍ଟ ଏବେ ବି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମହଜୁଦ ଅଛି ।

Get real time updates directly on you device, subscribe now.