୨୦୧୯ ମସିହା ଶେଷ ହେବାକୁ ଆଉ ମାତ୍ର ୩ ଦିନ ଅଛି । ବର୍ଷର ଶେଷ ଦିନ ବା ୩୧ ଡିସେମ୍ବର ଭିତରେ ଆପଣଙ୍କୁ ପ୍ୟାନ୍ ଓ ଏଟିଏମ୍ ସମ୍ବନ୍ଧ ସମସ୍ତ ଜରୁରୀ କାମ କରିବାକୁ ପଡିବ । ଯଦି ଏପରି ନ କରନ୍ତ, ତେବେ ଆପଣଙ୍କୁ ବହୁ ସମସ୍ୟାର ସାମନା କରିବାକୁ ପଡିବ ।
ଏଟିଏମ୍ କାର୍ଡ ପରିବର୍ତ୍ତନର ଶେଷ ତାରିଖ
ଯଦି ଆପଣଙ୍କ ପାଖରେ ଏସବିଆଇର ମ୍ୟାଗ୍ନେଟିକ୍ ଷ୍ଟିପର ପୁରୁଣା କାର୍ଡ ଅଛି, ତେବେ ତାକୁ ତୁରନ୍ତ ବଦଳାଇ ଦିଅନ୍ତୁ । ଏପରି ନକରିବା ଦ୍ୱାରା ଆପଣଙ୍କ ଏଟିଏମ୍ କାର୍ଡ ବନ୍ଦ ହୋଇଯିବାର ସମ୍ଭାବନା ରହିଛି । ଏସବିଆଇ ପକ୍ଷରୁ ଲଗାତାର ଗ୍ରାହକମାନଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଉଛି । ନିଜର ଏସବିଆଇ ଶାଖା ବା ନେଟ୍ ବ୍ୟାକିଙ୍କ ଜରିଆରେ ଆପଣ ନୂଆ ଏଟିଏମର ଆବେଦନ କରିପାରିବେ ।
କାର୍ଡ କିପରି ଚିହ୍ନିବେ ?
ପ୍ରଥମେ ନିଜ କାର୍ଡର ଆରମ୍ଭରେ କୌଣସି ଚିପ୍ ଅଛି କି ନାହିଁ ଚେକ୍ କରନ୍ତୁ । ଯଦି ନାହିଁ, ତେବେ ଏହି କାର୍ଡ ମ୍ୟାଗ୍ନେଟିକ୍ କାର୍ଡ ନୁହେଁ ।
ଆଧାର-ପ୍ୟାନର ସଂଯୋଗ
୩୧ ଡିସେମ୍ବର ପର୍ଯ୍ୟନ୍ତ ପ୍ୟାନ୍ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରାଇ ଦିଅନ୍ତୁ । ଏହା ନ କଲେ ସିବିଡିଟି ଦ୍ୱାରା ଆପଣଙ୍କ ପ୍ୟାନ୍ କାର୍ଡକୁ ଅମାନ୍ୟ ଘୋଷିତ କରିପାରେ । ପ୍ୟାନ୍ ଓ ଆଧାରକୁ ସଂଯୋଗ କରିବା ପାଇଁ ଆପଣଙ୍କୁ ଇନକମ୍ ଟ୍ୟାକ୍ସ ବିଭାଗର incometaxindiaefiling.gov.in ୱେବସାଇଟ୍ କୁ ଯିବାକୁ ପଡିବ ।