fbpx

ଟି-୨୦ ବିଶ୍ୱକପ୍‌ରେ ଅଜବ ସଂଯୋଗ: ‘ଟସ୍‌’ ଜିତିଲେ ମ୍ୟାଚ୍ ବିଜୟ ପକ୍କା, ୧୦ରୁ ୯ଟି ମ୍ୟାଚ୍‌ରେ ମିଳିଛି ପ୍ରମାଣ

ଦୁବାଇ: କ୍ରିକେଟ ଇତିହାସ କଥା ଦେଖିଲେ ଏହା ସ୍ପଷ୍ଟ ହୁଏ ଯେ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ବ୍ୟାଟ୍ସମ୍ୟାନ ,ଫାଷ୍ଟ ବୋଲର ,ପ୍ରଭାବୀ ସ୍ପିନର କିମ୍ବା ଦକ୍ଷ ଫିଲଡରଙ୍କ ସଫଳତା ବଳରେ ଯେ କୌଣସି ଦଳ ମ୍ୟାଚ ଜିତି ପାରନ୍ତି । ମାତ୍ର ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରେ ବଡ ଭୂମିକା ଗ୍ରହଣ କରୁଛି କଏନ ଟସ୍‌ । କାରଣ ଟସ୍‌ ଜିତି ପଛରେ ବ୍ୟାଟିଂ କରୁଥିବା ଦଳ ଅଧିକ ଫାଇଦା ଉଠାଉଛି ।

ଚଳିତ ବିଶ୍ୱକପର ଶୁକ୍ରବାର ପର୍ଯ୍ୟନ୍ତ ଅନୁଷ୍ଠିତ ସୁପର ୧୨ ପର୍ଯ୍ୟାୟର ୧୦ ମ୍ୟାଚ ଫଳାଫଳରୁ ଜଣାପଡିଛି ଯେ ପଛରେ ବ୍ୟାଟିଂ କରି ଥିବା ଦଳ ୯ ମ୍ୟାଚରେ ବିଜୟୀ ହୋଇ ପାରିଛନ୍ତି । କେବଳ ଆଫଗାନିସ୍ତାନ ଏକ ମାତ୍ର ଦଳ ଭାବେ ଆଗ ବ୍ୟାଟିଂ କରି ସ୍କଟଲାଣ୍ଡକୁ ୧୩୦ ରନରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୯୦ ରନ କରିଥିବା ବେଳେ ପଛରେ ବ୍ୟାଟିଂ କରି ସ୍କଟଲାଣ୍ଡ କେବଳ ୬୦ ରନରେ ଅଲଆଉଟ ହୋଇ ଯାଇଥିଲା । ତେଣୁ ଏହି ବିଶ୍ୱକପରେ ଟସ୍‌ ଜିତିବା ବଡ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଆଗ ବ୍ୟାଟିଂ କରି ହାରିବା ପଛରେ ଏକମାତ୍ର କାରଣ ହେଲା କାକର । କାରଣ ସଂଧ୍ୟା ପରେ ଏଠାରେୂ ଅଧିକ ମାତ୍ରାରେ କାକର ପଡୁଥିବାରୁ ପଛରେ ଫିଲ୍ଡିଂ କରୁଥିବା ଦଳର ବୋଲରଙ୍କୁ କୌଣସି ସହାୟତା ମିଳୁନି । ଗତକାଲି ବାଂଲାଦେଶ ବି କ୍ଷ ମ୍ୟାଚରେ ଅଷ୍ଟ୍ରେଲିଆର ସହଜ ବିଜୟ ନେଇ ଓପନର ଡେଭିଡ ୱାର୍ଣ୍ଣରଙ୍କୁ ସାମ୍ବାଦିକ ପ୍ରଶ୍ନ କରିବା ପରେ ସେ ମଧ୍ୟ କହିଥିଲେ ଯେ କାକର ପଡିବା ଯୋଗୁ ପଛରେ ବ୍ୟାଟିଂ କରୁଥିବା ଦଳକୁ ବିଶେଷ ଫାଇଦା ମଳୁଥିବା ବେଳେ ପ୍ରତି କ୍ଷ ଦଳ ବୋଲର ନିରାଶ ହେବାକୁ ପଡୁଛି । ଏପରିକି ପ୍ରତି ଦଳର ପ୍ରମୁଖ ବୋଲର ମାନେ ମଧ୍ୟ ଗୋଟିଏ ୱିକେଟ ଅକ୍ତିଆର କରିବାକୁ ସମର୍ଥ ହୋଇ ପାରୁ ନାହନ୍ତି । ତେବେ ପ୍ରଥମେ ବ୍ୟାଟିଂ କରିବା ଦଳ ଯଦି ୧୯୦ ପାଖାପାଖି ସ୍କୋର କରି ପାରିବ ,ତେବେ ହାରଜିତ୍‌ ଫଇସଲାରେ କିଛି ଫରକ ଆସି ପାରେ ବୋଲି ୱାର୍ଣ୍ଣର କହିଛନ୍ତି । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବାଂଲାଦେଶ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି କେବଳ ୧୨୪ ରନ କରିବା ଫଳରେ ହାର ମାନିବାକୁ ପଡିଲା ।

ସୂଚନା ଯୋଗ୍ୟ ଯେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ମଧ୍ୟ କାକର ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରି ଆସୁଛନ୍ତି । କାରଣ ସୁ ର ପର୍ଯ୍ୟାୟର ପାକିସ୍ତାନ ବି କ୍ଷ ମ୍ୟାଚରେ ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ କରିବା ଯୋଗୁ ବଡ ସ୍କୋର କରି ପାରିଲା ନାହିଁ । ତେଣୁ ନ୍ୟୁଜିଲାଣ୍ଡ ବି କ୍ଷ ଦ୍ୱିତୀୟ ମ୍ୟାଚରେ ଟସ୍‌ । ବଡ ଭୂମିକା ଗ୍ରହଣ କରିବ ବୋଲି କୋହଲି କହିଛନ୍ତି ।

Get real time updates directly on you device, subscribe now.