ତିନି ଦିନ ଭିତରେ କମିବ ଶୀତର ଲହରୀ! ଏହିସବୁ ଜିଲ୍ଲାରେ କୁହୁଡ଼ି ପଡିବା ନେଇ ସତର୍କତା ଜାରି
ରାଜ୍ୟରେ କମିବ ଶୀତ! ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଘନ କୁହୁଡି ସାଙ୍ଗକୁ କାଲୁଆ ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ଆସନ୍ତା ତିନି ଦିନ ଭିତରେ ଶୀତର ଲହରୀ କମିବ । ଏ-ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଆଜି ବିଶେଷକରି, ଢେଙ୍କାନାଳ, ଯାଜପୁର, ଅନୁଗୁଳ, କଟକ , ଗଞ୍ଜାମ , ଖୋର୍ଦ୍ଧା, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡିବା ନେଇ ସତର୍କତା ଜାରି ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ର ୫ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି, ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୮.୫, ସିମିଲିଗୁଡ଼ାରେ ୫.୯, କୋରାପୁଟରେ ୯.୪ ଓ ରାଉରକେଲାରେ ୯.୫ ଡିଗ୍ରୀ ରେକର୍ଡ କରାଯାଇଛି।
ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ୧୨.୭ ଡିଗ୍ରୀ ଥିବା ସୂଚନା ମିଳିଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ।