CHARIDHAM

ନବାଗତଙ୍କୁ ୫୦% କମ୍ ଦରମାରେ ଯୋଗଦେବାକୁ କହିଲା ୱିପ୍ରୋ, ଆଇଟି ସଂଘ କହିଲା ଅନ୍ୟାୟପୁର୍ଣ୍ଣ ନିଷ୍ପତି

ନୁଆଦିଲ୍ଲୀ: ଆଇଟି କମ୍ପାନୀ ୱିପ୍ରୋ ନବାଗତମାନଙ୍କୁ ୫୦% କମ୍ ଦରମାରେ ଯୋଗଦେବାକୁ କହିଛି। କମ୍ପାନୀର ଏହି ନିଷ୍ପତିକୁ ଆଇଟି କର୍ମଚାରୀ ସଂଘ ଏନ୍‌ଆଇଟିଇଏସ୍ ଜୋରଦାର ବିରୋଧ କରିବା ସହିତ ଏହାକୁ ଅନ୍ୟାୟପୁର୍ଣ୍ଣ ଏବଂ ଅଶ୍ୱୀକାର୍ଯ୍ୟ ବୋଲି କହିଛି। ଏବଂ ୱିପ୍ରୋ ଏହାର ନିଷ୍ପତି ଉପରେ ପୁଣିଥରେ ବିଚାର କରିବା ଆବଶ୍ୟକ ବୋଲି କହିଛି। ତେବେ ଆଇଟି କ୍ଷେତ୍ର ଉପରେ ନଜର ରଖୁଥିବା ବିଶେଷଜ୍ଞମାନେ କହିଛନ୍ତି, ବୈଶ୍ୱିକ ସ୍ତରରେ ବ୍ୟାପକ ଆର୍ଥିକ ଅନିଶ୍ଚିତତା ଆଇଟି କମ୍ପାନୀ ଗୁଡ଼ିକ ପାଇଁ ଚ୍ୟାଲେଞ୍ଚ ହୋଇଛି।

ନିକଟରେ ୱିପ୍ରୋ ୬.୫ ଲକ୍ଷ ପ୍ରତିବର୍ଷ ଦରମାରେ ଏହି ନବାଗତା ମାନଙ୍କୁ ନିଯୁକ୍ତି ଦେବାକୁ କହିଥିଲା। ଏବେ କମ୍ପାନୀ ସେମାନଙ୍କୁ ୩.୫ ଲକ୍ଷ ଟଙ୍କାର ବାର୍ଷିକ ପ୍ୟାକେଜ୍‌ରେ କାର୍ଯ୍ୟ କରିବାକୁ ପଡ଼ିବ। ତେବେ ଏହି କର୍ମଚାରୀମାନେ ଏବେ ନିଯୁକ୍ତି ପାଇଁ ଅପେକ୍ଷା କରିଛନ୍ତି। ଆଇଟି କର୍ମଚାରୀ ସଂଘ ଏହି ନିଷ୍ପତିକୁ ଅନ୍ୟାୟପୁର୍ଣ୍ଣ କହିବା ସହିତ ଏହାକୁ ପକ୍ଷପାତିତା ଏବଂ ନିୟମ ଖିଲାପ ବୋଲି କହିଛି।

ଏହା ସହିତ ଏନ୍‌ଆଇଟିଇଏସ୍ ଦାବି କରିଛି ଯେ, କମ୍ପାନୀ ଏହାର ନିଷ୍ପତି ଉପରେ ଅଉଥରେ ବିଚାର କରିବା ଆବଶ୍ୟକ। ଏବଂ ଦୁଇ ପକ୍ଷର ଫାଇଦା ପାଇଁ ରାସ୍ତା ବାହାରଚ କରିବା ପାଇଁ ସଂଘ ସହିତ ଖୋଲା ଆଲୋଚନା କରିବା ଆବଶ୍ୟକ। ତେବେ ଏହାର ଜବାବାରେ ୱିପ୍ରୋ କହିଛି ଯେ, ବିଭିନ୍ନ ପରିସ୍ଥିତି ଏବଂ ବାତାବରଣକୁ ନଜରରେ ରଖି କମ୍ପାନୀ ଏହାର ନିଯୁକ୍ତି ଯୋଜନାରେ ପରିବର୍ତ୍ତନ କରିବାକୁ ନିଷ୍ପତି ନେଇଛି।