fbpx

ଅଲ୍ଲୁ ଅର୍ଜୁନଙ୍କୁ ନେଇ ଆଲିଆଙ୍କ ମନରେ ରହିଛି ଏମିତି ଇଚ୍ଛା: ନିଜେ କଲେ ଖୁଲାସା

Advertisement

ମୁମ୍ବାଇ: ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ମନ୍ତବ୍ୟକୁ ନେଇ ବଲିଉଡ ଜଗତରେ ଚର୍ଚ୍ଚା । ସାଉଥ ଷ୍ୟାର ଅଲ୍ଳୁ ଅର୍ଜୁନଙ୍କୁ ନେଇ ସେ କରିଛନ୍ତି ବଡ ଖୁଲାସା । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସହିତ ନିଜେ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କର ବଡ ଫ୍ୟାନ ବୋଲି କହିଛନ୍ତି ଆଲିଆ ।

ନିକଟରେ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ ଫିଲ୍ମ “ପୁଷ୍ପା-ଦ ରାଇଜ’ ଦେଖି ସାରିବା ପରେ ଆଲିଆଙ୍କ ପରିବାରର ସମସ୍ତ ସଦସ୍ୟ ତାଙ୍କ ପ୍ରଶଂସକ ହୋଇ ଯାଇଛନ୍ତି । ଏହାପରେ ଆଲିଆଙ୍କୁ ଅଲ୍ଲୁ ଅର୍ଜୁନଙ୍କ ସହ ଏକ ଫିଲ୍ମରେ ଦେକିବା ପାଇଁ ଚାହୁଁଛନ୍ତି ତାଙ୍କ ପରିବାର । ଏ ନେଇ ଆଲିଆ ନିଜେ ଏକ ଷ୍ଟେଟମେଣ୍ଟରେ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ଆଲିଆ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ସହ ଫିଲ୍ମ କରିବା ପାଇଁ ଆହୁରି ସୁନ୍ଦର ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଆଲିଆ ।

ଆଲିଆ ବର୍ତ୍ତମାନ ତାଙ୍କର ନୂଆ ପିଲ୍ମ ଗଙ୍ଗୁବାଈ କାଠିଆୱାଡିକୁ ନେଇ ଖୁବ ଉତ୍ସାହିତ ଥିବା ବେଳେ ଚଳଚ୍ଚିତ୍ରର ଟ୍ରେଲର ଏବେ ହଇଚଇ ସୃଷ୍ଟି କରିଛି । ସଞ୍ଜୟ ଲୀଳା ଭଂଶାଲୀଙ୍କ ଏହି ଚଳଚ୍ଚିତ୍ରରେ ସିଂଘମ ଷ୍ଟାର ଅଜୟ ଦେବଗନ ମଧ୍ୟ ଅଭିନୟ କରିଛନ୍ତି । କରୋନା କାୟା ଭିତରେ ଏହି ଚଳଚ୍ଚିତ୍ର ବାରମ୍ବାର ଅଟକି ରହିତିଳା । ତେବେ ଏହା ରିଲିଜ ହେବା ପରେ ଲୋକମାନେ ଏହାକୁ କୁବ ପ୍ରଶଂସାକ କରିଛନ୍ତି ।

Get real time updates directly on you device, subscribe now.