ଜୟନାରାୟଣଙ୍କ ବିସ୍ଫୋରକ ବୟାନ, କହିଲେ ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ

ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ କହିଲେ ଜୟନାରାୟଣ ।

ନୂଆଦିଲ୍ଲୀ: ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ପାଣ୍ଡିଆନଙ୍କ ନାଁ ନନେଇ ସେ ପରୋକ୍ଷରେ ଟାର୍ଗେଟ କରିଛନ୍ତି । ସମସ୍ତେ ତାଙ୍କ ନାଁରେ କହୁଛନ୍ତି । ମୁଁ ବିଜେଡି ନେତାଙ୍କୁ ସାହାସ ଦେଇଛି । ଯଦି ଆହୁରି ଅଧିକ ଲୋକ ତାଙ୍କ ବିଷୟରେ କହିବେ ତାହେଲେ ସେ ଏକ୍ସପୋଜ ହେବେ ବୋଲି କହିଛନ୍ତି ।

ନବୀନ ପାଣ୍ଡିଆନଙ୍କ ଭିତରେ କେମେଷ୍ଟ୍ରି ଚାଲିଛି- ନବୀନଙ୍କ ସହିତ ପାଣ୍ଡିଆନଙ୍କ କେମିଷ୍ଟ୍ରି ମୁଁ ଜାଣିନି । ଏତେ ସବୁ ହେଲା ପରେ ବି ନବୀନଙ୍କ ବୁଦ୍ଧି ଉଦୟ ହେଉନି । ଯିଏ ଓଡ଼ିଶାର ଖଣି ଲୁଟିଛି ତାକୁ ଛାଡିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ – ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ହୁଇସିଲ ଅପେକ୍ଷାରେ ଅଛୁ । ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ । ତାସ୍‌ର ପତା ପରି ବିଜେଡି ଭାଙ୍ଗିଯିବ । ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ । ତେବେ ଭବିଷ୍ୟତରେ ଅନେକ କିଛି ଓଲଟ ପାଲଟ ହୋଇପାରେ ବୋଲି କହି ସେ ଟାର୍ଗେଟ କରିଛନ୍ତି ।