ସୋର: ବାଲେଶ୍ୱର ଜିଲ୍ଲାର ସୋରରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଖଇରା ଥାନା କବର ହାତୀମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।
ବାପଘର ଲୋକଙ୍କ କହିବା ଅନୁସାରେ ମହିଳାଙ୍କ ଶାଶୂଘର ଲୋକେ ତାଙ୍କୁ ପୋଡି ମାରିଦେଇଛନ୍ତି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ବାଲେଶ୍ୱର ଜିଲ୍ଲାର ସୋରରେ ମହିଳାଙ୍କୁ ପୋଡି ମାରିଦେଇଛନ୍ତି ଶାଶୂଘର ଲୋକେ। ଯେଉଁଥିପାଇଁ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି।