fbpx

ଅଜବ ମାମଲା: ମାତ୍ର ୪ ମିନିଟରେ ମା’ ହୋଇଗଲେ ମହିଳା, ସ୍ୱାମୀକୁ ବି ହେଲାନି ବିଶ୍ୱାସ

ମା’ ହେବା ଏପରି ଏକ ଅନୁଭବ, ଯାହାକୁ ଶବ୍ଦରେ କହିବା କୌଣସି ମହିଳାଙ୍କ ପାଇଁ ଅସମ୍ଭବ ହୋଇଥାଏ । ଛୁଆକୁ ଜନ୍ମ ଦେବା ପରେ ମା’କୁ ଯେଉଁ ଖୁସି ମିଳିଥାଏ, ତାହା ସବୁଠାରୁ ବଡ ସଫଳତାଠାରୁ ବି ଉଚ୍ଚରେ ଥାଏ । ଅବଶ୍ୟ ଛୁଆ ଜନ୍ମ ହେବା ପୂର୍ବ ସମୟ ମା’ଙ୍କ ପାଇଁ ଅନେକ ଯନ୍ତ୍ରଣାଦାୟକ ହୋଇଥାଏ । ଲେବର ପେନ୍ ସମୟରେ ମା’କୁ ଅଧିକ ଯନ୍ତ୍ରଣା ସହିବାକୁ ପଡିଥାଏ । ଏପରି ପରିସ୍ଥିତିରେ ଜଣେ ମହିଳା ନିଜର ଡେଲିଭରୀର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ରିପୋର୍ଟ ହିସାବରେ, କିମ୍ ନାମକ ଜଣେ ମହିଳା ଦାବି କରିଛନ୍ତି ଯେ ସେ ମାତ୍ର ୪ ମିନିଟରେ ମା’ ହୋଇଛନ୍ତି । ଏହି ବିଷୟରେ ଯେବେ ତାଙ୍କ ସ୍ୱାମୀଙ୍କୁ ଜଣାପଡିଲା, ସେବେ ସେ ବି ଆଶ୍ଚର୍ଯ୍ୟ ହୋଇଗଲେ । ମହିଳା କହିଛନ୍ତି ଯେ ସେ ମାତ୍ର ୪ ମିନିଟରେ ନିଜ ଛୁଆକୁ ଜନ୍ମ ଦେଇଛନ୍ତି । ଏହାକୁ ଡାକ୍ତରମାନେ ବି ବିଶ୍ୱାସ କରିପାରୁ ନାହାନ୍ତି ।

କିମ ଟିକଟକରେ ନିଜର ଡେଲିଭରିର କାହାଣିୀ ସେୟାର କରି କହିଛନ୍ତି ଯେ, ସେ ରୁଟିନ୍ ଚେକଅପ୍ ପାଇଁ ମେଡିକାଲ ଯାଇଥିଲେ । କିନ୍ତୁ ସେଠାରେ ନିଜ କେଳରେ ଛୁଆ ନେଇ ଘରକୁ ଫେରିଥିଲେ । ମହିଳାଙ୍କୁ ସେବେ ଭାବିନଥିଲେ କି ଏକା ମେଡିକାଲକୁ ଯାଇ ଫେରିବା ବେଳେ ଛୁଆକୁ ନେଇ ଆସିବେ । ସେ ମେଡିକାଲରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ତୁରନ୍ତ ଆଡମିଟ କରିଥିଲେ । ଡେଲିଭରି ଡାକ୍ତରମାନେ ପ୍ରସ୍ତୁତି କରୁଥିବା ବେଳେ ମହିଳା ଜଣକ ଛୁଆକୁ ଜନ୍ମ ଦେଇଥିଲେ । କିମ ଏତେ ଶୀଘ୍ର ମା’ ହୋଇଯିବେ ବୋଲି ଡାକ୍ତରଙ୍କ ମଧ୍ୟ ଧାରଣା ନଥିଲା ।

ଛୁଆ ଜନ୍ମ ହେବାର ଦୁଇ ମିନିଟ୍ ପୂର୍ବରୁ କିମ ନିଜ ସ୍ୱାମୀଙ୍କୁ ଫୋନ୍ କରିଥିଲେ ଓ ଡାକ୍ତରମାନେ ତାଙ୍କର ଡେଲିଭରି କରିବାକୁ ଯାଉଛନ୍ତି ବୋଲି ଜଣାଇଥିଲେ । ମହିଳା କହିଛନ୍ତି ଯେ, ସକାଳେ ତାଙ୍କ ସ୍ୱାମୀ ଅଫିସ ଯାଇଥିଲେ ଓ ସନ୍ଧ୍ୟାରେ ଘରକୁ ଆସିବା ପରେ ନିଜକୁ ପିତା ହେବାର ଦେଖି ବିଶ୍ୱାସ କରିପାରି ନଥିଲେ ।

Get real time updates directly on you device, subscribe now.