” Excuse me” କହିବାରୁ ରାସ୍ତା ଉପରେ କାଠ ଫାଳିଆରେ ମହିଳାଙ୍କୁ ନିସ୍ତୁକ ମାଡ଼
ମହିଳାଙ୍କ ଘର ଆଗରେ ଛିଡ଼ା ହୋଇଥିଲେ କିଛି ଲୋକ। " Excuse me" କହି ସାଇଟ୍ ମାଗିଲେ ମହିଳା। ଆଉ ଏତିକିରେ ଚୁଟି ଟାଣି କାଠ ଫାଳିଆରେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ।
ମହାରାଷ୍ଟ୍ର: ଇଂରାଜୀ ଆମ ରାଷ୍ଟ୍ରୀୟ ଭାଷା। ଆଉ ଆଜି କାଲି ଲୋକ ଇଂରାଜୀ କହିବାକୁ ବେଶୀ ପସନ୍ଦ କରୁଛନ୍ତି। ଛୋଟବେଳି ନିଜ ପିଲାଙ୍କୁ ଇଂରାଜୀ ଶିଖାଉଛନ୍ତି। ହେଲେ ଏଠି ଇଂରାଜୀ କହିବାରୁ ଜଣେ ମହିଳାଙ୍କ ଉପରେ ନିସ୍ତୁକ ମାଡ଼ ବସିଛି। କେବଳ ମହିଳା ନୁହେଁ ତାଙ୍କ ସାଙ୍ଗ, ଏବଂ ପୁରା ପରିବାରକୁ ମାଡ ମରାଯାଇଛି।
ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ଗୋଟିଏ ଓ୍ୱାର୍ଡ ” Excuse me” କହିବାରୁ ରାସ୍ତା ଉପରେ ମହିଳା ଜଣଙ୍କ ଛୁଟି ଟାଣି କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଛନ୍ତି କିଛି ଲୋକ।
ଇଂରାଜୀ କହିବାରୁ ମହାଭାରତ: ତେବେ ଏପରି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଥାଣେ ଅନ୍ତର୍ଗତ ଡମ୍ବିଭଲି ଅଞ୍ଚଳରେ। ଯେଉଁଠାରେ ଦୁଇ ଜଣ ମହିଳାଙ୍କୁ ” Excuse me” କହିବା ମହଙ୍ଗା ପଡିଛି।
ରାସ୍ତା ଉପରେ କିଛି ଲୋକ ଇଂରାଜୀ ନ କହି ମରାଠୀରେ କହିବାକୁ ମହିଳାଙ୍କୁ କହିଥିଲେ। ଆଉ ଏତିକିରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଆଉ ରାସ୍ତା ଉପରେ ମହିଳା ୨ ଜଣଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା।
ସମ୍ପୂର୍ଣ୍ଣ ଘଟଣା: ପ୍ରକୃତରେ, ପୁରୁଣା ଡମ୍ବିଭଲିରେ ଏକ କୋଠାରେ ରହୁଥିବା ପୁନମ ଗୁପ୍ତା ଗତ ସୋମବାର ସନ୍ଧ୍ୟା ଘରକୁ ଫେରିଥିଲେ। ସାଥୀରେ ତାଙ୍କ ୯ମାସର ଶିଶୁ ଏବଂ ସାଙ୍ଗ ଜ୍ୟୋତି ଚଭନ ଥିଲେ। ତାଙ୍କ ପଡ଼ୋଶୀ ଘର ଧୋବଲେ ପରିବାରରେ କିଛି ଉତ୍ସବ ଚାଲିଥିଲା।
ଉତ୍ସବକୁ ଆସିଥିବା ସମ୍ପର୍କୀୟମାନେ ପୁନମଙ୍କ ଘରକୁ ଯିବା ବାଟରେ ଛିଡ଼ା ହୋଇଥିଲେ। ପୁନମ ନମ୍ରତାର ସହିତ ସେମାନଙ୍କୁ ଇଂଲିଶ ଭାଷାରେ ‘ଏକ୍ସକ୍ୟୁଜ ମି’ କହି ବାଟ ଛାଡ଼ିବାକୁ କହିଥିଲେ। ଏତିକି କଥାରେ ଧୋବଲେ ପରିବାର ସଦସ୍ୟମାନେ ତାଙ୍କୁ ଇଂଲିଶ ନ କହି ମରାଠୀ ଭାଷାରେ କହିବାକୁ ବାଧ୍ୟ କରିଥିଲେ।
ପୁନମ ମରାଠୀ ଜାଣି ନ ଥିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ପୁନମଙ୍କ ସହ ଥିବା ଜ୍ୟୋତି ସେମାନଙ୍କୁ ବିରୋଧ କରିଥିଲେ। ଏହା ପରେ ଧୋବଲେ ପରିବାରର ସଦସ୍ୟମାନେ ମିଶି ଜ୍ୟୋତି, ପୁନମଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ପୁନମଙ୍କ ସ୍ଵାମୀ ପହଞ୍ଚି ଅଟକାଇବାରୁ ତାଙ୍କୁ ବି କାଠରେ ଆକ୍ରମଣ କରାଯାଇଥିଲା।
ଥାନାରେ ମାମଲା: ଏହି ଘଟଣା ପରେ, ପୀଡିତାଙ୍କ ପରିବାର ପୋଲିସରେ ଏହି ବିଷୟରେ ଅଭିଯୋଗ କରିଛନ୍ତି। ଘଟଣାର ଅଭିଯୋଗ ପାଇବା ପରେ ଉଭୟ ପକ୍ଷରୁ ବିଷ୍ଣୁନଗର ଥାନାରେ ପୃଥକ ପୃଥକ ଅଭିଯୋଗ ଦାଖଲ କରାଯାଇଛି।
ପୋଲିସ ଅନିଲ ପାୱାର, ବାବାସାହେବ ଧବଲେ ଏବଂ ରିତେଶ ଧବଲେଙ୍କ ବିରୋଧରେ ଏକ ଅଣ-କଗ୍ନିଜେବଲ୍ ଅପରାଧ ରୁଜୁ କରିଛି। ବର୍ତ୍ତମାନ, ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରୁଛି ଏବଂ ଭାଇରାଲ ଭିଡିଓକୁ ମଧ୍ୟ ପ୍ରମାଣ ଭାବରେ ନିଆଯାଇଛି।