fbpx

ଗୀତ ଶୁଣି ନିଜକୁ ସମ୍ଭାଳି ପାରିଲେନି, ଛାତ୍ରୀ ମାନଙ୍କ ସହ ନାଚି ଧୂଳି ଉଡାଇଲେ ମହିଳା ପୋଲିସ

ଓଡ଼ିଶା ଭାସ୍କର: ଢେମସା ନାଚି ଧୂଳି ଉଡ଼ାଇଲେ ମହିଳା ପୋଲିସ ଅଧିକାରୀ । ଚେୟାରୁ ଉଠି ଆସି ସିଧା ଛାତ୍ରୀ ମାନଙ୍କ ସହ କାନ୍ଧରେ ହାତପକାଇ ଢ଼େମସା ନାଚିବା ଆରମ୍ଭ କଲେ ମହିଳା ପୋଲିସ । ମଞ୍ଚରେ ଚାଲିଥିଲା ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ । ଢ଼େମସା ନାଚରେ ଉପସ୍ଥିତ ସମସ୍ତଙ୍କ ମନ ଲାଖିଯାଇଥିବା ବେଳେ ଆଉ ସମ୍ଭାଳି ପାରିଲେନି ପୋଲିସ ଅଧିକାରୀ ।  ସାଙ୍ଗେ ସାଙ୍ଗେ ଚ୍ୟାର ରୁ ଉଠି ଆସି ସିଧା ଛାତ୍ରୀ ମାନଙ୍କ ସହ କାନ୍ଧରେ ହାତପକାଇ ଢ଼େମସା ନାଚିବା ଆରମ୍ଭ କରିଦେଲେ । ପୋଲିସ ଅଧିକାରିଣୀ ଜଣକ ହେଉଛନ୍ତି କୋରାପୁଟ ଏସ.ଡ଼ିପିଓ(ଝଊଚଙ) ଡ଼.ଶ୍ରାବଣୀ ନାୟକ । ତେବେ ଝଊଚଙ ଙ୍କ ଢେମସା ନାଚରେ ପୁରା ମାହଲ ଲୋକାରଣ୍ୟ ହୋଇଥିବା ବେଳେ ଦଶମନ୍ତପୁର ଥାନା ଅଧିକାରୀ ସୁକୁମା ହାଁସଦା ଓ ଏ ଏସ ଆଇ ନିର୍ମଳା ଲିମା ମଧ୍ୟ କୋରାପୁଟିଆ ଦେଶିଆ ଗୀତର ତାଳେ ତାଳେ ନାଚିବାକୁ ଲାଗିଲେ । ସତରେ ଜଣେ ଜଣେ ମହିଳା ପୋଲିସ ଅଧିକାରୀ ହୋଇ ରାତି ଦିନକୁ ଏକ କରି ସାଧାରଣ ଜନତା ଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ବେଳେ କିଛି ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟାବ୍ୟସ୍ତତା ଭିତରେ ନାଚଗୀତ କରିବା ଏକ ଆଶ୍ଚର୍ଯ୍ୟର କଥା ।

Get real time updates directly on you device, subscribe now.