fbpx

(video)ମୁଣ୍ଡର ୨ ଟି ସିଲିଣ୍ଡର ରଖି ନାଚୁଥିବା ମହିଳା, ଲୋକେ ଦେଖି ହେଲେ ଆଚମ୍ବିତ; ‘ସାବଧାନୀ ହଟି ଦୁର୍ଘଟଣା ଘଟି’

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲୋକେ ଲୋକପ୍ରିୟତା ପାଇବା ପାଇଁ ଆଜିକାଲି କିଛି ବି କରିପାରନ୍ତି । ଆପଣ ବହୁତ ଲୋକଙ୍କୁ ନାଚିବାର ଦେଖିଥିବେ । କିନ୍ତୁ କେବେ ଆପଣ ସିଲିଣ୍ଡର ଡ୍ୟାନ୍ସ ଦେଖିଛନ୍ତି । ମୁଣ୍ଡରେ ସିଲିଣ୍ଡର ରଖି ନାଚୁଥିବା ଜଣେ ମହିଳାଙ୍କ ଡ୍ୟାନ୍ସ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ସାଉଁଟୁଛି । ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ମହିଳା ମୁଣ୍ଡରେ ଦୁଇଟି ସିଲିଣ୍ଡର ରଖି ନାଚୁଛନ୍ତି । ତାଙ୍କ ମୁଣ୍ଡ ଉପରେ ଗୋଟିଏ ସିଲିଣ୍ଡର ଉପରେ ଆଉ ଏକ ସିଲିଣ୍ଡର ମାଠିଆ ଭଳି ସୁସଜ୍ଜିତ ହୋଇ ରହିଛି ଓ ମହିଳା ଜଣକ ବିନ୍ଦାସ ଅନ୍ଦାଜରେ ନୃତ୍ୟ କରୁଛନ୍ତି । ଏହି ନୃତ୍ୟ ଦେଖି ଲୋକଙ୍କ ହୋସ ଉଡିଯାଉଛି । ଭାଇରାଲ ଭିଡିଓକୁ ନେଇ ସେମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଇନଷ୍ଟାଗ୍ରାମ ୟୁଜର୍ସ ନିତୁ (ଅପଦ୍ଭରରଗ୍ଧଙ୍କପ୫୬୫୦) ଜଣେ କଣ୍ଟେଣ୍ଟ କ୍ରିଏଟର ଅଟନ୍ତି । ସେ ପ୍ରାୟତଃ ଭିନ୍ନ ଭିନ୍ନ ପ୍ରକାର ବସ୍ତୁକୁ ନିଜ ମୁଣ୍ଡ ଉପରେ ରଖି ଡ୍ୟାନ୍ସ କରନ୍ତି ଓ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ନିତୁ ଶାଢୀ ପିନ୍ଧି ଏହି ଡ୍ୟାନ୍ସ କାରନାମା କରୁଛନ୍ତି । ଲୋକଙ୍କୁ ମଧ୍ୟ ଏହା ବେଶ୍ ପସନ୍ଦ ଆସୁଛି । ମାତ୍ର ତାଙ୍କର ଏ କାରନାମା କେତେବେଳେ ବି ତାଙ୍କର ଉପରେ ଭାରି ପଡିପାରେ ଓ ସେ ଦୁର୍ଘଟଣାର ମଧ୍ୟ ଶିକାର ହୋଇ ପାରନ୍ତି ।

ଯଦିବି ସିଲିଣ୍ଡର ଖାଲି ଥିବ ତଥାପି ଉଭୟ ଖାଲି ସିଲିଣ୍ଡରର ଓଜନ ମିଶେଇ ପ୍ରାୟ ୩୦ କିଲୋଗ୍ରାମ ହେବ । ନିଶ୍ଚିତ ଭାବରେ ସିଲିଣ୍ଡରର ଏହି ଭାର ତାଙ୍କ ମୁଣ୍ଡ ଉପରେ ପଡୁଥିବ । ସିଲିଣ୍ଡର ଡ୍ୟାନ୍ସର ମହିଳାଙ୍କ ଏହି ଭିଡିଓକୁ ପ୍ରାୟ ୩୨ ଲକ୍ଷ ୟୁଜର୍ସ ଦେଖି ସାରିଛନ୍ତି । ଜଣେ ୟୁଜର୍ସ ମହିଳାଙ୍କ ଏହି ଡ୍ୟାନ୍ସ ଦେଖି ଲେଖିଛନ୍ତି, ‘ଭାବି ଜୀ ନେ ସାବିତ କର ଦିଆ କି ଔରତ ପୂରା ଘର ସର ପର ଉଠା ସକତି ହୈ’ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ ‘ସାବଧାନୀ ହଟି, ହଲୱା – ପୁଡି ବଟି’ ।

 

View this post on Instagram

 

A post shared by Neetu ❤️ (@_neetu_5650)

Get real time updates directly on you device, subscribe now.