fbpx

(video)ମହିଳାଙ୍କୁ ହାଲ୍‌କାରେ ନେଉଥିବା ଲୋକଙ୍କୁ ମିଳିଲା କଡା ଜବାବ, ଭିଡିଓ ଦେଖି ଜାଣିପାରିବେ ସତ

ସୋସିଆଲ ମିଡିଆରେ ଆମକୁ ବିଭିନ୍ନ ସମୟରେ ଅଜବ କିମ୍ବା ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ନଜର ଆସିଥାଏ । କିନ୍ତୁ ଏ ପର୍ଯ୍ୟନ୍ତ ଆପଣ ଅଧିକାଂଶ ଭିଡିଓରେ ପୁଅମାନେ ବିଭିନ୍ନ ଅଭିନବ କାର୍ଯ୍ୟ କିମ୍ବା ଷ୍ଟଣ୍ଟ କରୁଥିବାର ଦେଖିଥିବେ । କିନ୍ତୁ ଏବେ ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବୁ ତାହା ଦେଖିବା ପରେ ଆପଣ ଏହି ଯୁବତୀଙ୍କୁ ସଲାମ ନ କରି ରହିପାରିବେ ନାହିଁ । ବହୁ ଲୋକ ତ ଭିଡିଓକୁ ଦେଖି ନିଜ ଆଖିକୁ ବିଶ୍ୱାସ ବି କରିପାରୁ ନାହାନ୍ତି । କାରଣ ଯୁବତୀ ଜଣକ କେବଳ ଏକ ରଶି ସାହାଯ୍ୟରେ ଏପରି ଷ୍ଟଣ୍ଟ କରି ଦେଖାଉଛନ୍ତି ଯାହା ବହୁ ଦକ୍ଷ ଷ୍ଟଣ୍ଟମ୍ୟାନଙ୍କ ଲାଗି ବି ଅସମ୍ଭବ ମନେ ହେବ ।

ଭାଇରାଲ ଭିଡିଓରେ ଯୁବତୀ ଏକ ପତଳା ରଶିରେ ଏପରି ଷ୍ଟଣ୍ଟ ଦେଖାଉଛନ୍ତି ଯାହା ଦେଖି ନିଜ ଆଖିକୁ ବି ବିଶ୍ୱାସ କରିହେଉ ନାହିଁ । ଯୁବତୀ ରଶି ଉପରେ ଡେଇଁ ଶୂନ୍ୟକୁ ଉଠୁଛନ୍ତି ଓ ଭୟାନକ ଷ୍ଟଣ୍ଟ କରୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଏକ୍ସରେ @TheFigen_ ନାମକ ପେଜ୍‌ରେ ସେୟାର କରାଯାଇଛି । ଭିଡିଓ ସହ କ୍ୟାପସନ୍‌ରେ ଲେଖାଯାଇଛି, ଏହା ଅବିଶ୍ୱସନୀୟ ।

Get real time updates directly on you device, subscribe now.