fbpx

ସାମ୍ପୋ କମ୍ପାନୀ ନାଁରେ ଅଭିଯୋଗ ଆଣିଲେ ମହିଳା: ଗର୍ଭାଶୟ କ୍ୟାନ୍ସରର ହେଲେ ଶିକାର

ମହିଳାମାନେ ନିଜକୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାରର ପଦ୍ଧତି ଆପଣାଇଥାନ୍ତି । କିନ୍ତୁ ଏବେ ଏହା ଜଣେ ମହିଳାଙ୍କ ଉପରେ ମହଙ୍ଗା ପଡିଛି । ହେୟାର ଷ୍ଟ୍ରେଟନିଙ୍ଗ କମ୍ପାନୀ L’Oreal ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଏହି ସାମ୍ପୋ ବ୍ୟବହାର କରିବା ଦ୍ୱାରା ସେ ଗର୍ଭାଶୟ କ୍ୟାନ୍ସରର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏ ଘଟଣା ନେଇ ମହିଳାଙ୍କ ଓକିଲ ସୂଚନା ଦେଇଛନ୍ତି ।

ଏମିତି ଏକ ଘଟଣା ସାମନାକୁ ଆସିଛି ଆମେରିକାର ୱାଶିଂଟନ ସହରରୁ । ଗତ ୨ ଦଶନ୍ଧି ଧରି ମିଶେଲ ନାମକ ଏହି ମହିଳାଜଣକ L’Oreal କମ୍ପାନୀର ହେୟାର ଷ୍ଟ୍ରେଟନିଙ୍ଗ ପ୍ରଡକ୍ଟ ବ୍ୟବହାର କରୁଛନ୍ତି । ତେଣୁ ଏଥିପାଇଁ ତାଙ୍କୁ ଗର୍ଭାଶୟ କ୍ୟାନ୍ସରର ଶିକାର ହେବାକୁ ପଡିଛି ବୋଲି ଅଭିଯୋଗ କରିଛନ୍ତି । ମିସେଲଙ୍କ ଭଳି ଅନେକ ମହିଳା ସେମାନଙ୍କ ପାଇଁ ବଜାରକୁ ଆସିଥିବା ଏପରି ଭୟାନକ ପ୍ରଡକ୍ଟର ଶିକାର ହେଉଛନ୍ତି । ତେଣୁ ଏବେ ଫ୍ରାନ୍ସର ସୌନ୍ଦର୍ଯ୍ୟ ପ୍ରଡକ୍ଟ କମ୍ପାନୀ L’Orealର ଆମେରିକାରେ ଥିବା ଶାଖାକୁ ଏହାର କ୍ଷତିପୂରଣ ମାଗିଛନ୍ତି ମିସେଲ ଓକିଲ ବେନ କ୍ରମ୍ପ ।

ତେବେ ଏହି ଘଟଣାର ଶିକାର ହେବାରେ ମିସେଲ ପ୍ରଥମ ନୁହେଁ । ଏଭଳି ଅନେକ ମାମଲାରୁ ସେ ଜଣେ ବୋଲି କହିଛନ୍ତି ଓକିଲ । ନିଜ ଲାଭ ଏବଂ ବ୍ୟବସାୟ ବୃଦ୍ଧି କରିବା ପାଇଁ ମହିଳାଙ୍କୁ ନିଜର ଟାର୍ଗେଟ କରିଛି ଏହି କମ୍ପାନୀ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ମହିଳା ଏବଂ ଓକିଲଙ୍କର ଏହି ଅଭିଯୋଗକୁ ନେଇ କୌଣସି ପ୍ରତିକ୍ରିୟା ଦେଇନି ସୌନ୍ଦର୍ଯ୍ୟ ପ୍ରଡକ୍ଟ କମ୍ପାନୀ L’Oreal ।

Get real time updates directly on you device, subscribe now.