fbpx

ଲଭ୍ ସେକ୍ସ ଧୋକା: ପ୍ରେମ ଜାଲରେ ଫସାଇଲା ଜହ୍ଲାଦ; ବର୍ଷେ ପରେ ମିଳିଲା ହାଡ ଓ ଚୁଡି

କେନ୍ଦୁଝର(ଓଡ଼ିଶା ଭାସ୍କର): ପ୍ରେମ ଜାଲରେ ପଂସାଇ, ଯୁବତୀଙ୍କୁ ପ୍ରତାରଣା ଓ ପରେ ହତ୍ୟା କଲା ପ୍ରେମିକ । ଦୀର୍ଘ ୧ ବର୍ଷ ପରେ ପ୍ରେମିକାଙ୍କର ହାଡ଼ ଓ ଚୁଡ଼ୀ ଟାଉନ୍ ଥାନା ଜୁଡ଼ିଆ ଘାଟିରୁ ଠାବ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ । ଉପରକାଦକଳା ଗାଁର ଚକ୍ରଧର ଘଣା ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ବିବାହ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ, ଚକ୍ରଧର ଓ ନବାତ ଭିନ୍ନ ଜାତିର ହୋଇଥିବାରୁ ବିବାହ ପାଇଁ ଚକ୍ରଧରଙ୍କ ପରିବାର ରାଜି ନହେବାରୁ ଦୁହେଁ ଘର ଦ୍ଵାର ଛାଡ଼ି ପ୍ରଥମେ କଟକ ଓ ପରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଠାରେ ରହିଥିଲେ ।

ହେଲେ, ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା । ଝିଅ କେଉଁଠି ବୋଲି ଚକ୍ରଧରଙ୍କଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଥାନାର ଦ୍ୱାରସ୍ତ ହୋଇଥିଲେ ନବାତଙ୍କ ପରିବାର । ଗତ କିଛି ଦିନ ହେବ ଥାନାରେ ଚକ୍ରଧରଙ୍କ ପଚରା ଉଚୁରା କରିବା ପରେ ଆଜି ନ ବାତଙ୍କ ହାଡ ଓ ଚୁଡ଼ୀ ଆଦି ଜୁଡ଼ିଆ ଘାଟିରୁ ଠାବ କରିଛି ପୋଲିସ । ସେପଟେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଫରେନସିକ ଟିମ ଘଟଣା ସ୍ଥଳରେ ଯାଞ୍ଚ କାର୍ୟ୍ୟ ସାରିଛନ୍ତି । ଏପଟେ ଅଭିଯୁକ୍ତ ଚକ୍ରଧର ରାଗରେ ଏପରି କରିଛି ବୋଲି ସ୍ୱୀକାର କରିଛି ।

Get real time updates directly on you device, subscribe now.