fbpx

ଦରସିଝା ମାଛ ଖାଇ ଆଙ୍ଗୁଠି ହରାଇଲେ ମହିଳା

ଓଡିଶା ଭାସ୍କର: ଦରସିଝା ‘ଟିଲେପିଆ’ ମାଛ ଖାଇ ଜଣେ ଆମେରିକୀୟ ମହିଳା । ହାତ-ଗୋଡ଼ର ସମସ୍ତ ଆଙ୍ଗୁଠି ହରାଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଖବର ପ୍ରକାଶ ହୋଇଛି।

ଅନ୍ତର୍ଜାତୀୟ ଗଣମାଧ୍ୟମ ‘ନ୍ୟୁୟର୍କ ପୋଷ୍ଟ୍‌’ ର ରିପୋର୍ଟ ଅନୁସାରେ, କାଲିଫର୍ଣ୍ଣିଆର ସାନ୍‌ ଜୋସ୍‌ ର ବାସିନ୍ଦା ୪୦ ବର୍ଷୀୟ ଲାଉରା ବାରାଜାସ୍‌ ‘ବ୍ୟାକ୍ଟେରିଆ’ଦ୍ବାରା ସଂକ୍ରମିତ ହୋଇଥିବା ଗୋଟାଏ ଦରସିଝା ‘ଟିଲେପିଆ’ ମାଛ ଖାଇବା ପରେ ନିଜେ ସଂକ୍ରମିତ ହୋଇଯାଇଥିଲେ। ତାଙ୍କର ବାନ୍ଧବୀ ଆନ୍ନା ମେସିନା କହିଛନ୍ତି, ସାନ୍‌ ଜୋନ୍‌ସ୍ଥିତ ଆଞ୍ଚଳିକ ବଜାରରୁ ‘ଟିଲେପିଆ’ମାଛ କିଣି ତାହାକୁ ଘରେ ରାନ୍ଧି ସେ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ। ଏପରିକି ସେ ମୃତ୍ୟୁର ନିକଟତର ହୋଇଥିଲେ ବୋଲି କହି ପାରିବା, ଶେଷରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ଆଙ୍ଗୁଠି, ପାଦ ଓ ତଳଓଠ କଳାପଡ଼ିଗଲା। ତାଙ୍କର ଜୀବନ ସମ୍ପୂର୍ଣ୍ଣ ସଙ୍କଟାପନ୍ନ ହୋଇଗଲା। କିଡ୍‌ନି ମଧ୍ୟ କାମ କଲାନାହିଁ ବୋଲି ମେସିନା କହିଛନ୍ତି।

ଦୀର୍ଘ ମାସେ କାଳ ଡାକ୍ତରଖାନାରେ ରହିବା ପରେ ତାଙ୍କର ଜୀବନ ବଞ୍ଚାଇବା ଲାଗି ଗତ ଗୁରୁବାର ଦିନ ଅସ୍ତ୍ରୋପଚାର କରାଯାଇ ସଂକ୍ରମିତ ହୋଇଯାଇଥିବା ହାତ ଓ ଗୋଡ଼ର ସମସ୍ତ ଆଙ୍ଗୁଠି କାଟିବାକୁ ପଡ଼ିଲା। ମେସିନା କହିଛନ୍ତି ଯେ, କଞ୍ଚା ସାମୁଦ୍ରିକ ଖାଦ୍ୟ ଓ ସମୁଦ୍ର ଜଳରେ ଥିବା ମାରାତ୍ମକ ‘ବ୍ୟାକ୍ଟେରିଆ’ ‘ଭାଇବ୍ରିଓ ଭଲ୍‌ନିଭିକସ୍’ ଦ୍ବାରା ବାରାଜାସ୍‌ ଆକ୍ରାନ୍ତ ହୋଇଥିଲେ। ଏପରି ଗମ୍ଭୀର ପରିସ୍ଥିତି ଯେପରି ନ ହୁଏ ସେଥି ପାଇଁ ଏସବୁ ଉପରେ ଧ୍ୟାନ ଦେବା ଆବଶ୍ୟକ । ସାମୁଦ୍ରିକ ଖାଦ୍ୟକୁ ଠିକ ଭାବରେ ପ୍ରସ୍ତୁତ କରିବା ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର ।

Get real time updates directly on you device, subscribe now.