fbpx

ନୟାଗଡ଼ ବଧୂହତ୍ୟା ଘଟଣାର ପର୍ଦ୍ଦାଫାସ: ପରକ୍ରୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ୱାମୀ ଦେଇଥିଲେ ସୁପାରି, ୪ ଗିରଫ

ନୟାଗଡ଼, ୧୪ା୨ (ଓଡିଶା ଭାସ୍କର): ଗତ ଜାନୁଆରୀ ମାସ ୨୯ ତାରିଖରେ ଶରଣକୁଳରେ ଏକ ବଧୂହତ୍ୟା ଘଟଣା ଘଟିଥିଲା । ଉକ୍ତ ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି । ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ସୁପାରି ଦେଇଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ୨ ସୁପାରି କିଲର ଓ ସେମାନଙ୍କର ୨ ସହଯୋଗୀଙ୍କୁ ଗିରଫ କରାଯାଇଛି।

ନୟାଗଡ଼ ଜିଲ୍ଲା ଶରଣକୁଳରେ ଘର ଭିତରୁ ଜଣେ ମହିଳା ସସ୍ମିତା ମହାପାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ସ୍ୱାମୀ ଅକ୍ଷି ମହାପାତ୍ରଙ୍କ ପରକ୍ରୀୟା ପ୍ରୀତିକୁ ସସ୍ମିତା ବିରୋଧ କରିବାରୁ ସ୍ୱାମୀ ଏପରି ହତ୍ୟାକାଣ୍ଡ ଭିଆଇଥିବା ସ୍ପଷ୍ଟ ହୋଇଛି । ଅକ୍ଷି ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଘର ଭିତରେ ଝୁଲାଇ ଦେଇଥିବା ଜଣାପଡ଼ିଛି । ପୂର୍ବରୁ ଅଭିଯୁକ୍ତ ଅକ୍ଷିଙ୍କୁ ଗିରଫ କରି ଜେଲ୍ ପଠାଯାଇଛି ।

Get real time updates directly on you device, subscribe now.