fbpx

ଧରାପଡ଼ିଲା ଶ୍ୱଶୂର-ବୋହୂଙ୍କ ଅନୈତିକ ସମ୍ପର୍କ: ବିରୋଧ କରିବାରୁ ଶାଶୂଙ୍କୁ ରାସ୍ତାରୁ ହଟାଇଦେଲେ

ମହାକାଳପଡ଼ା, ୭ା୨ (ଓଡିଶା ଭାସ୍କର): ଶ୍ୱଶୂର ଓ ବୋହୂଙ୍କ ମଧ୍ୟରେ ଚାଲିଥିଲା ଅନୈତିକ ପୀରତି । ଏକଥା ଜାଣିବା ପରେ ବିରୋଧ କରିବାର ଫଳ ଶାଶୂଙ୍କୁ ଭୋଗିବାକୁ ପଡ଼ିଛି । ସେମାନେ ଶାଶୂଙ୍କୁ ମାଡ଼ ମାରିବା ସହ ବିଷ ପିଆଇ ହତ୍ୟା କରିଛନ୍ତି । ଏନେଇ ମୃତ ମହିଳାଙ୍କ ଭାଇ ଓ ପୁଅ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଶ୍ୱଶୂର ଓ ବୋହୂଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି ।

ମହାକାଳପଡ଼ା ଥାନା ଅଧୀନ ମଙ୍ଗଳପୁର ଗ୍ରାମରେ ଏକ ପରିବାରରେ ଏଭଳି ଘଟଣା ଘଟିଛି । ପରିବାରରେ ଶ୍ୱଶୂର ଓ ବୋହୂଙ୍କ ପାପ ସମ୍ପର୍କକୁ ନେଇ ଝଡ଼ ଉଠିଥିଲା । ଦିନେ ଶାଶୂ ତାଙ୍କର ସ୍ୱାମୀ ଓ ବୋହୂଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିନେଇଥିଲେ । ଫଳରେ ଶାଶୂଙ୍କୁ ରାସ୍ତାରୁ ହଟାଇବାକୁ ସେମାନେ ଯୋଜନା ପ୍ରସ୍ତୁତ କରିଥିଲେ ।

Get real time updates directly on you device, subscribe now.