ରାଜଧାନୀରେ ଗୃହବନ୍ଦୀ ୭୬ ବର୍ଷର ମହିଳା: ଜମିବାଡି ବିବାଦରୁ ୫ ଦିନ ହେଲାଣି କବାଟରେ ତାଲା[VIDEO]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଘର ଭିତରେ ବନ୍ଦୀ ରହିଛି ୭୬ ବର୍ଷର ବୃଦ୍ଧା । ୭ ଦିନ ହେବ ନିଜ ଘରେ ବନ୍ଦୀ ଜୀବନ କଟାଉଛନ୍ତି ମା ଓ ପୁଅ । ଭୁବନେଶ୍ୱରର ସିଆରପି ଛକ ସ୍ଥିତ ପ୍ରିୟଦର୍ଶନ ମାର୍କେଟରେ ଥିବା ଏକ ୩ ମହଲାରେ ଜମିବାଡ଼ି ବିବାଦକୁ ନେଇ ଆଉ ଜଣେ ବ୍ୟକ୍ତି ଘର ଫାଟକରେ ତାଲା ପକାଇଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବନ୍ଦୀ ଥିବା ଅନୁସାୟା ମହାନ୍ତି । ଘର ବାହାରେ ବଡ ପୁଅ ମାଙ୍କୁ ଚାହିଁ ବସିଛି । ପୋଲିସ ବି ବାହାରେ ଡ୍ୟୁଟି କରୁଛି । କେହି ଯେମିତି ଭିତରକୁ ଯାଇପାରିବେ ନାହିଁ ବୋଲି କାର୍ଯ୍ୟରତ ପୋଲିସ କନଷ୍ଟେବଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପୋଲିସ କହିଛି ।

ନିଜ ଘରେ ନିଜେ ବନ୍ଦୀ । ଘର ଭିତରେ ବନ୍ଦୀ ରହିଛି ୭୬ ବର୍ଷର ବୃଦ୍ଧା ।ଭୁବନେଶ୍ୱର ପ୍ରିୟଦର୍ଶନ ମାର୍କେଟରେ ଥିବା ଏକ ୩ ମହଲା କୋଠାରେ ଫଶୀ ରହିଛନ୍ତି । ଘର ଭିତରେ ବନ୍ଦୀ ହୋଇଥିବା ବୃଦ୍ଧା ମୁକ୍ତି ପାଇଁ ନିବେଦନ କରିଛନ୍ତି । ଭୁବନେଶ୍ୱର ପ୍ରିୟଦର୍ଶୀ ମାର୍କେଟ ପଛରେ ଥିବା ଏକ ଘରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । କିନ୍ତୁ ଏଭଳି ଘଟଣାରେ ବିପକ୍ଷ ମହିଳା ଜଣଙ୍କ ତାଲା ପକାଇଦେଇଛନ୍ତି ବୋଲି କହିଛନ୍ତି ।