fbpx

ସ୍କର୍ଟ ଓ ହାଇହିଲରେ କାର୍ଟହ୍ୱିଲ କଲେ ମହିଳା: ଆଶ୍ଚର୍ଯ୍ୟ ହେଲେ ନେଟିଜେନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ଭାରତ ଏକ ବହୁ ପ୍ରତିଭାର ଦେଶ । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବେଶ ଭାଇରାଲ ହୋଇଥାଏ । ଏମିତି ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଯୁବତୀ କାର୍ଟହ୍ୱିଲ କରୁଥିବାର ନଜର ଆସିଛନ୍ତି । ତେବେ କାର୍ଟହ୍ୱିଲ କରିବା ଅତ୍ୟନ୍ତ ସାଧାରଣ କଥା । ତେବେ ଏହି ମହିଳାଙ୍କ କାର୍ଟହ୍ୱିଲ ଭିଡିଓକୁ ୨ ଲକ୍ଷ ୮୬ ହଜାର ଲୋକ ଲାଇକ୍ କରିଛନ୍ତି । ପାରୁଲ ଅରୋରା ନାମ୍ନୀ ମହିଳା ଜଣଙ୍କ ଏମିତି ଏକ ଭିଡିଓ କରିଛନ୍ତି । ଏହି ଭିଡିଓରେ ପାରୁଲ ଏକ ସ୍କର୍ଟ ଓ ହାଇ ହିଲ୍ ସହିତ କାର୍ଟ ହ୍ୱିଲ କରିଛନ୍ତି ।

ପାରୁଲ ଜଣେ ଜାତୀୟ ସ୍ତରର ଜିମ୍ନାଷ୍ଟ ହୋଇଥିବା ବେଳେ ତାଙ୍କର ଏକାଧିକ ଭିଡିଓ ପୂର୍ବରୁ ମଧ୍ୟ ଭାଇରାଲ ହୋଇଛି । ଇନଷ୍ଟାଗ୍ରାମରେ ୨ ଲକ୍ଷ ବ୍ୟବହାରକାରୀ ତାଙ୍କୁ ଫଲୋ କରନ୍ତି । ଏହି କାର୍ଟ ହ୍ୱିଲ ସମୟରେ ପାରୁଲ ନିଜର କେଶ ମଧ୍ୟ ଖୋଲା ରଖିଥିଲେ । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by Parul_Arora? (@parul_cutearora)

Get real time updates directly on you device, subscribe now.