fbpx

କନଷ୍ଟେବଲ ପ୍ରିୟଙ୍କା ମିଶ୍ରଙ୍କ ଭିଡିଓ ଭାଇରାଲ, ନିଆଗଲା ଏପରି ପଦକ୍ଷେପ

ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳା କନଷ୍ଟେବଳଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଏକ ପିସ୍ତଲ ସହିତ ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ଏସଏସପି ମହିଳା କନଷ୍ଟେବଳଙ୍କୁ ଲାଇନ ହାଜିର କରିଛନ୍ତିି । ତେବେ ମହିଳା କନଷ୍ଟେବଳ ପ୍ରିୟଙ୍କା ମିଶ୍ର ଅଣ୍ଟାରେ ପିସ୍ତଲ ଧରି ଏକ ଭିଡିଓ ପ୍ରସ୍ତୁତ କରି ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରିଛନ୍ତି ।

ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ୟୁନିଫର୍ମରେ ଥିବା ମହିଳା କନଷ୍ଟେବଳଙ୍କ ଅନ୍ଦାଜ ଏକ ଗ୍ୟାଙ୍ଗଷ୍ଟର ପରି ଦେଖିବାକୁ ମିଳିଛି । ସେ ଯେଉଁ ଅଡିଓରେ ଅଭିନୟ କରୁଛନ୍ତି, ସେଥିରେ କୁହାଯାଉଛି ଯେ ‘ହରିୟାଣା-ପଞ୍ଜାବ ବେକାରରେ ବଦନାମ୍, ଆସ କେବେ ଉତ୍ତରପ୍ରଦେଶ । ରଙ୍ଗବାଜୀ କ’ଣ, ଆମେ ଆପଣଙ୍କୁ କହିବୁ…’

ଏହି ଘଟଣାର ସୂଚନା ପାଇବା ମାତ୍ରେ ଏସଏସପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲେଡି କନଷ୍ଟେବଳ ପ୍ରିୟଙ୍କାଙ୍କୁ ଲାଇନ୍ ହାଜିର କରିଥିଲେ । ମହିଳା କନଷ୍ଟେବଳଙ୍କୁ ଏମଏମ ଗେଟ୍ ପୋଲିସ ଷ୍ଟେସନରେ ପୋଷ୍ଟ କରାଯାଇଥିଲା । ତେବେ ପ୍ରିୟଙ୍କା ମିଶ୍ର ଏବେ ସେହି ଭିଡିଓକୁ ଇନଷ୍ଟାଗ୍ରାମରୁ ହଟାଇ ଦେଇଛନ୍ତି ।

Get real time updates directly on you device, subscribe now.