fbpx

(Video) ମୋ ଅନିଚ୍ଛା ସତ୍ତ୍ୱେ ବି ସେ ରାତି ସାରା ମୋ ସହ ଶାରୀରିକ ସମ୍ପର୍କ ରଖିଥିଲା

Advertisement

ଓଡିଶା ଭାସ୍କର: ଯେତେବେଳେ ପୁରା ରାଜଧାନୀ ଭୁବନେଶ୍ୱର ସୋଇପଡିଥିଲା, ସେତେବେଳେ ହିଂସ୍ର ପାଲଟି ଯାଇଥିଲା ଜଣେ ଯୁବକ । ମହିଳାଙ୍କୁ ଏକୁଟିଆ ପାଇ ନିଜର ଦେହର ଭୋକ ମେଣ୍ଟାଇଥିଲେ । ଯୁବକ ଜଣଙ୍କ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ଆଉ ତାଙ୍କୁ ଗର୍ଭବତୀ ମଧ୍ୟ କରାଇଥିଲେ । ବିବାହର ଏକ ବର୍ଷ ସମ୍ପର୍କ ରଖିବା ପରେ ମହିଳାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ୨୦୨୦ ମସିହାରେ ଚାକିରୀ ଦେବା କଥା କହି, ପୁରୀ ଅସ୍ତରଙ୍ଗରୁ ମହିଳା ଜଣଙ୍କୁ ଭୁବନେଶ୍ୱର ଆଣିଥିଲେ ଜଣେ ଯୁବକ । ହେଲେ ସେହି ସମୟରେ ତାଙ୍କୁ ଗୋଟିଏ ରୁମରେ ରଖି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୀଡିତାଙ୍କ କହିବା ଅନୁଯାୟୀ, ଚାକିରୀ କରେଇଦେବା ଆଶା ଦେଇ ମହିଳାଙ୍କୁ ଏକ ଅଫିସକୁ ନେଇଥିଲେ ଯୁବକ ଜଣଙ୍କ । ହେଲେ ସାର୍ ସେଦିନ ନଥିବା କଥା କହି ପରେ ତାଙ୍କୁ ଏକ ରୁମକୁ ନେଇଯାଇଥିଲେ । ସେଠାରେ ତାଙ୍କ ଅନିଚ୍ଛା ସତ୍ତ୍ୱେ ବି ରାତି ସାରା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଉକ୍ତ ଯୁବକ । ଏହାପରେ ତାଙ୍କୁ ବିବାହ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଯୁବକ ଜଣଙ୍କ । ଏକ ଭଡା ଘରେ ଦୀର୍ଘ ବର୍ଷେ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ରହିବା ପରେ ତାଙ୍କୁ ଗର୍ଭବତୀ ମଧ୍ୟ କରାଇଥିଲେ । ହେଲେ ଏବେ ତାଙ୍କୁ ପ୍ରତାରଣା କରି କେଉଁଆଡେ ସେ ଫେରାର ହୋଇଯାଇଛନ୍ତି । ବାହାଘରର ଫଟୋ ଓ ଭିଡିଓ ରହିଥିବା ତାଙ୍କ ମୋବାଇଲ ସୁନା ଓ ଏଟିଏମ୍ କାର୍ଡ ନେଇ ଫେରାର ହୋଇଯାଇଛନ୍ତି । ଯାହାକୁ ନେଇ ପୀଡିତା ଜଣଙ୍କ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ପୀଡିତା ଜଣଙ୍କ ନିଜର ଅଭିଯୋଗ ଜଣାଇଥିଲେ ବି ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ବର୍ତ୍ତମାନ ପୀଡିତା ନ୍ୟାୟ ଅପେକ୍ଷାରେ ରହିଥିବା କଥା କହିଛନ୍ତି ।

Get real time updates directly on you device, subscribe now.