“ମୋ ଶ୍ୱଶୂର ମୋତେ କୁଣ୍ଢେଇ ପକାଉଥିଲେ…. ଯାହାକୁ ମୁଁ ସହିପାରୁ ନ ଥିଲି” ନିର୍ଯାତନା ପାଇ ଜୀଅନ୍ତା ଜଳିଗଲା ବୋହୁ
୧୩ ବର୍ଷ ଧରି ବୋହୁ ପାଉଥିଲା ଶରୀରିକ, ମାନସିକ, ଯୌନ ନିର୍ଯାତନା । ଏ ସବୁରୁ ମୁକ୍ତି ପାଇଁ ଦେହରେ ଲଗାଇଦେଲା ନିଆଁ ।
ଚେନ୍ନାଇ: ତାମିଲନାଡୁର ରାମନାତପୁରମ ଜିଲ୍ଲାର ୩୨ ବର୍ଷୀୟା ମହିଳା କରିଛନ୍ତି ଆତ୍ମହତ୍ୟା । ବର୍ଷ ବର୍ଷ ଧରି ଶାଶୁଘର ଲୋକଙ୍କ ଯୌତୁକ ନିର୍ଯାତନା ସାଙ୍ଗକୁ ଶ୍ୱଶୂରଙ୍କ ଲୋଲୁପ ଦୃଷି ଯୋଗୁ ବୋହୁ ନେଲା ଚରମ ନିଷ୍ପତ୍ତି ।
୩୨ ବର୍ଷୀୟା ରଞ୍ଜିତା ନିଜକୁ ଜାଳିବା ପୂର୍ବରୁ ଏକ ଭିଡିଓ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ, ମୋ ଶ୍ୱଶୂର ମୋତେ କୁଣ୍ଢାଉଥିଲେ, ଯାହାକୁ ମୁଁ ଆଦୌ ସହ୍ୟ କରିପାରୁନାହିଁ । ଯେଉଁ କାରଣରୁ ଆଜି ମୁଁ ନିଜକୁ ଶେଷ କରିବାକୁ ଯାଉଛି ।
୭୦% ପୋଡ଼ିଗଲା
ରଞ୍ଜିତାଙ୍କ ସାନ ପୁଅ ମଧ୍ୟ କହିଛନ୍ତି ଯେ, ଜେଜେ ତାଙ୍କ ମା’କୁ ଯୌନ ନିର୍ଯାତନା ଦେଉଥିଲେ ।ଦେହରେ ନିଆଁ ଲାଗିବା କାରଣରୁ ରଞ୍ଜିତାଙ୍କ ଶରୀରର ୭୦% ପୋଡ଼ିଯାଇଥିଲା ।
ତାଙ୍କୁ ମଦୁରାଇସ୍ଥିତ ରାଜାଜୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜିତାଙ୍କ ମୃତ୍ୟୁ ଘଟିଥିଲା ।
ମଦୁଆ ସ୍ୱାମୀ
ସେପଟେ ରଞ୍ଜିତାଙ୍କ ପରିବାର ଲୋକେ ତାଙ୍କ ଶ୍ୱଶୂର ଘର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଭଉଣୀ କହିଛନ୍ତି, ଦୀର୍ଘ ୧୩ ବର୍ଷ ଧରି ରଞ୍ଜିତାଙ୍କୁ ତାଙ୍କ ଶାଶୂଘର ଲୋକେ ନର୍ଯାତିତ କରିଆସୁଥିଲେ ।
ତାଙ୍କ ସ୍ୱାମୀ ସବୁବେଳେ ମଦ ପିଇ ଘରକୁ ଆସିବା ସହ ତାଙ୍କୁ ମାରଧର କରୁଥିଲେ । ଏଥିସହ ରଞ୍ଜିତାଙ୍କୁ ତାଙ୍କ ବାପ ଘରକୁ ସ୍ୱାମୀ ଛାଡ଼ୁ ନ ଥିଲେ ।
ସ୍ଥାନୀୟ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ଛାନଭିନ୍ ଚଳାଇଛି । ଉଭୟ ରାଜ୍ୟ ଓ ଦେଶରେ ଆତ୍ମାହୂତି ଘଟଣା ବଢ଼ିବାରେ ଲାଗିଲାଣି । ସେପଟେ ଦେଶରେ ନାରୀ ନିର୍ଯାତନା ମାମଲା ମଧ୍ୟ ଉପର ମୁହାଁ ହେବାରେ ଲାଗିଛି ।